ଗାଁ ଲୋକେ ଲଣ୍ଡା ହୋଇ ପାଳିବେ ଦଶାହ | Odisha Reporter
ବାହାନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ମୃତକଙ୍କ ପାଇଁ ଆୟୋଜିତ ହେବ ସର୍ବଧର୍ମ ପ୍ରାର୍ଥନା ସଭା ଓ ସମୂହ ଶ୍ରଦ୍ଧାଞ୍ଜଳି। ବାହାନଗାରେ କାଳ ରାତିର ସେହି ଭୟଙ୍କର ଚିତ୍ର କେହି ଭୁଲି ନଥିବେ। ଚାରିଆଡେ ମାଳ ମାଳ ଶବ, ଆହତଙ୍କ ଆର୍ତ୍ତ ଚିତ୍କାରକୁ ପାସୋରିବା ଏତେ ବି ସହଜ ନୁହେଁ। ଯେଉଁମାନେ ସେହି ଘଟଣାସ୍ଥଳରେ ଥିଲେ ସେମାନେ ହିଁ ବଖାଣି ପାରିବେ ସେତେବେଳର ସେହି ଅଙ୍ଗେ ଲିଭା କଥାକୁ। ତେବେ ଏହି ଦୁର୍ଘଟଣାରେ ଜୀବନ ହାରିଥିବା ଯାତ୍ରୀଙ୍କ ଆତ୍ମାର ଶାନ୍ତି ଓ ସଦଗତି ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ୩ ଦିନିଆ ସମୂହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କରିବେ ବାହାନଗା ବାସୀ।ସୋର ଅଞ୍ଚଳବାସୀ ଓ ବାଲେଶ୍ୱର ସାମାଜିକ ସଂଗଠନର କର୍ମକର୍ତ୍ତା ମିଳିତ ଭାବେ ଆୟୋଜନ କରୁଛନ୍ତି ଏହି କାର୍ଯ୍ୟକ୍ରମ। ବାହାନଗା ହାଇସ୍କୁଲ ପାଖ ପଡିଆରେ ଏହି କାର୍ଯ୍ୟକ୍ରମ କରାଯିବ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
