Advertisment

ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବି ତେଜୁଛି, ଜୀବନଯାତ୍ରା ଠପ୍‌

ଜୟପୁର (ଟି.ଗୌରୀଶଙ୍କର): ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିବାରେ ଲାଗିଛି। ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଆଜି ଉଭୟ ବିରୋଧୀ ଓ ଶାସକ ଦଳ ସହ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଫଳରେ କୋରାପୁଟ ସହ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି। କୋରାପୁଟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଯୋଗୁ ଜୟପୁର, ରାୟଗଡ଼ା, ଗୁଣପୁର, […]

ଅବିଭକ୍ତ କୋରାପୁଟରେ ହାଇକୋର୍ଟ ବେଞ୍ଚ ଦାବି ତେଜୁଛି, ଜୀବନଯାତ୍ରା ଠପ୍‌

all

Advertisment

ଜୟପୁର (ଟି.ଗୌରୀଶଙ୍କର): ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ତେଜିବାରେ ଲାଗିଛି। ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ଦିଆଯାଇଥିବା ଏହି ବନ୍ଦ ଡ଼ାକରାକୁ ଆଜି ଉଭୟ ବିରୋଧୀ ଓ ଶାସକ ଦଳ ସହ ବିଭିନ୍ନ ସଂଗଠନ ସମର୍ଥନ ଜଣାଇଛନ୍ତି। ଫଳରେ କୋରାପୁଟ ସହ ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍‌ ହୋଇଯାଇଛି।

Advertisment

କୋରାପୁଟରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଚାଲିଥିବା ଆନ୍ଦୋଳନ ଯୋଗୁ ଜୟପୁର, ରାୟଗଡ଼ା, ଗୁଣପୁର, ନବରଙ୍ଗପୁରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ୪ ଜିଲ୍ଲାରେ ସ୍କୁଲ କଲେଜଠାରୁ ଆରମ୍ଭ କରି ଗାଡ଼ି ମୋଟର, ଦୋକାନ, ବଜାର ସବୁ ବନ୍ଦ ରହିଛି। ଜୟପୁରରେ ବନ୍ଦକୁ ସମର୍ଥନ ଜଣାଇ ଉଭୟ ବିରୋଧୀ ଓ ଶାସକ ଦଳ ରାଜରାସ୍ତାକୁ ଓହ୍ଲାଇଛନ୍ତି। କୋରାପୁଟରେ ମଧ୍ୟ ସେମିଳିଗୁଡା ଓକିଲସଂଘ ପକ୍ଷରୁ ରାସ୍ତାରୋକ କରାଯିବା ସହ ବନ୍ଦ ପାଳନ କରାଯାଇଛି। ବନ୍ଦ ପାଳନ ଯୋଗୁ ଗୁଣପୁରରେ ଜୀବନ ଯାତ୍ରା ଏକ ପ୍ରକାର ଠପ୍ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଓକିଲ ସଂଘ ତରଫରୁ ଡ଼କାଯାଇଥିବା ବନ୍ଦ ଡାକରାର ପ୍ରଭାବ ଉମରକୋଟ, ଝରିଗାଁ ଓ ରାଇଘର ଅଞ୍ଚଳରେ ମଧ୍ୟ ଦେଖିବାକୁ ମିଳିଛି। ସହରରେ ଦୋକାନ ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି।

ବନ୍ଦ ପାଳନ ଯୋଗୁ କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁରରେ ସାଧାରଣ ଜୀବନଯାତ୍ରା ପୁରାପୁରା ବ୍ୟାହତ ହୋଇଛି। ଗୁଣପୁରରେ ଅନକାଡାଲି ଠାରୁ ଜୟପୁର, ଲମତାପୁଟ, ବିଶାଖାପାଟଣା, ବିଜୟନଗରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ପଡ଼ୋଶୀ ଆନ୍ଧ୍ର ସହ ଅନ୍ୟ ସବୁ ସ୍ଥାନକୁ ଯିବା ଅପେକ୍ଷାରେ ଥିବା ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେପଟେ ଦାବି ପୂରଣ ହେଲା ଯାଏ ଏଭଳି ଆନ୍ଦୋଳନ ଜାରି ରହିବ ବୋଲ ମିଳିତ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଵୀରେଶ ପଟ୍ଟନାୟକ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe