ସବୁ ସରକାରୀ ମେଡିକାଲ କଲେଜରେ ରହିବ ଷ୍ଟୁଡେଣ୍ଟସ୍ ୱେଲଫେୟାର ଫଣ୍ଡ, ସରକାର ଦେବେ ବାର୍ଷିକ ୮ରୁ ୨୦ ଲକ୍ଷ ଟଙ୍କା

ସମସ୍ତ ମେଡିକାଲ କଲେଜ୍ ଓ ଏସସିବି ଡେଣ୍ଟାଲ କଲେଜ ପାଇଁ ଗଠିତ କମିଟିରେ କଲେଜର ପ୍ରିନ୍ସିପାଲଙ୍କୁ କମିଟିର ଅଧ୍ୟକ୍ଷ ଭାବେ ସାମିଲ କରାଯିବ ।

Balasore

ଫକୀର ମୋହନ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲର ପ୍ରବେଶ ପଥ

Ordigital Desk
  • Published: Tuesday, 04 July 2023
  • Updated: 04 July 2023, 10:42 PM IST

ଏଣିକି ରାଜ୍ୟର ସବୁ ସରକାରୀ ମେଡିକାଲ କଲେଜ ଓ ସରକାରୀ ଡେଣ୍ଟାଲ କଲେଜରେ ଷ୍ଟୁଡେଣ୍ଟସ୍ ୱେଲଫେୟାର ଫଣ୍ଡ(ଛାତ୍ରଛାତ୍ରୀ କଲ୍ୟାଣ ପାଣ୍ଠି) ରହିବ । ଏଥିପାଇଁ ରାଜ୍ୟ ସରକାର ବାର୍ଷିକ ୮ରୁ ୨୦ଲକ୍ଷ ଟଙ୍କା ଲେଖାଏଁ ପ୍ରତ୍ୟେକ ମେଡିକାଲ କଲେଜକୁ ଦେବେ । ଏହି ପାଣ୍ଠିକୁ ଛାତ୍ରଛାତ୍ରୀମାନେ ବିଭିନ୍ନ ଗତିବିଧି ପାଇଁ ଖର୍ଚ୍ଚ କରିପାରିବେ । ସାଂସ୍କୃତିକ, କ୍ରୀଡ଼ା, ଶାରୀରିକ ପ୍ରଶିକ୍ଷଣ, ପାର୍ଟଟାଇମ୍ ଯୋଗ ଓ ମ୍ୟୁଜିକ୍ ଶିକ୍ଷକ ନିଯୁକ୍ତି ଆଦି ନିମନ୍ତେ ଖର୍ଚ୍ଚ କରିପାରିବେ । ଏହି ପାଣ୍ଠି ଖର୍ଚ୍ଚ ନିମନ୍ତେ ପ୍ରତ୍ୟେକ ମେଡିକାଲ କଲେଜରେ ଗୋଟିଏ ଲେଖାଏଁ କମିଟି ଗଠନ କରାଯିବ ।  ସମସ୍ତ ମେଡିକାଲ କଲେଜ୍ ଓ ଏସସିବି ଡେଣ୍ଟାଲ କଲେଜ ପାଇଁ ଗଠିତ କମିଟିରେ କଲେଜର ପ୍ରିନ୍ସିପାଲଙ୍କୁ କମିଟିର ଅଧ୍ୟକ୍ଷ ଭାବେ ସାମିଲ କରାଯିବ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କଲେଜର ପ୍ରଶାସନିକ ଅଫିସର, ଛାତ୍ର ସଂସଦର ଉପଦେଷ୍ଟା, ଛାତ୍ର ସଂସଦର ୨ଜଣ ପ୍ରତିନିଧିଙ୍କ ସମେତ କଲେଜର ଆକାଉଣ୍ଟସ ଅଫିସର ସଦସ୍ୟ ରହିପାରିବେ ।

ଯେଉଁ ମେଡିକାଲ କଲେଜ ୫ବର୍ଷରୁ ପୁରୁଣା ସେହି କଲେଜର ଛାତ୍ରକଲ୍ୟାଣ ପାଣ୍ଠିକୁ ବାର୍ଷିକ ୨୦ଲକ୍ଷ ଟଙ୍କା ଓ ଯିଏ ୫ବର୍ଷରୁ କମ୍ ତାକୁ ବାର୍ଷିକ ୧୫ଲକ୍ଷ ଟଙ୍କା ଦିଆଯିବ । ସେହିପରି ସରକାରୀ ପିଜି ଇନଷ୍ଟିଚ୍ୟୁଟ୍ ଓ ଏସସିବି ଡେଣ୍ଟାଲ କଲେଜ, ଏସସିବି ମେଂଟାଲ ହେଲଥ୍ ଇନଷ୍ଟିଚ୍ୟୁଟକୁ ବାର୍ଷିକ ୮ଲକ୍ଷ ଟଙ୍କା ୱେଲଫେୟାର ଫଣ୍ଡ ଭାବେ ରାଜ୍ୟ ସରକାର ଯୋଗାଇ ଦେବେ ।ଏହି ପାଣ୍ଠିକୁ ଛାତ୍ରଛାତ୍ରୀମାନେ ସାଂସ୍କୃତିକ, କ୍ରୀଡ଼ା ଓ ଶାରୀରିକ ପ୍ରଶିକ୍ଷଣ, ପାର୍ଟ ଟାଇମ୍ ଯୋଗ ଓ ମ୍ୟୁଜିକ ଶିକ୍ଷକ ରଖିବା, ଛାତ୍ର ସଂସଦ ଦ୍ୱାରା ସଙ୍ଗୀତ, ସାଂସ୍କୃତିକ ଓ କ୍ରୀଡ଼ା ଉତ୍ସବ ଆଦି ପାଳନ ତଥା ଏ ସଂକ୍ରାନ୍ତ ଉପକରଣ କ୍ରୟ ଆଦି ପାଇଁ ଅର୍ଥ ଖର୍ଚ୍ଚ କରିପାରିବେ । ଜାତୀୟ ଓ ରାଜ୍ୟସ୍ତରରେ ପାଳନ ହେଉଥିବା ପ୍ରମୁଖ ଦିବସ ପାଳନରେ ମଧ୍ୟ ଏହି ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିପାରିବେ । ବୃକ୍ଷରୋପଣ, ଜେନେରେଟର କ୍ରୟ, କଲେଜସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ନିଷ୍ପତ୍ତି ନେଇ ଏହି ଅର୍ଥ ଖର୍ଚ୍ଚ କରିପାରିବେ । ତେବେ ଏହି ପାଣ୍ଠିରେ କାହାରିକୁ ସ୍ଥାୟୀ ନିଯୁକ୍ତି କିମ୍ବା ଗାଡ଼ି କ୍ରୟ କରାଯାଇ ପାରିବ ନାହିଁ ।

Also Read

ଏହାଦ୍ୱାରା ରାଜ୍ୟର ୯ଟି ସରକାରୀ ମେଡିକାଲ କଲେଜ ସମେତ ଡେଣ୍ଟାଲ, ମେଂଟାଲ ହେଲଥ, ପିଜି ଇନଷ୍ଟିଚ୍ୟୁଟର ଛାତ୍ରଛାତ୍ରୀମାନେ ଉପକୃତ ହେବେ। ୱେଲଫେୟାର ଫଣ୍ଡ ପାଇଁ ମେଡିକାଲ ଛାତ୍ରଛାତ୍ରୀମାନେ ଦୀର୍ଘଦିନ ଧରି ଦାବି କରି ଆସୁଥିଲେ ।

ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story