/odisha-reporter/media/post_attachments/uploadimage/library/16_9/16_9_0/IMAGE_1680365675.jpg)
Morning school
ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସମସ୍ତ ସ୍କୁଲକୁ ଆଉ ୨ଦିନ ପାଇଁ ଛୁୂଟି ଘୋଷଣା କରିଛନ୍ତି । ଆସନ୍ତା ୧୯ ଓ ୨୦ତାରିଖ ଦୁଇଦିନ ଧରି ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର , ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।
Advertisment
ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ, ତତଲା ହାୱା ଓ ଅସହ୍ୟ ଗୁଳଗୁଳି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ୧୭ତାରିଖରୁ ସ୍କୁଲ ଖୋଲିବା ସହ ପାଠପଢ଼ା ସକାଳ ସାଢ଼େ ୬ଟାରୁ ୧୧ଟା ପର୍ଯ୍ୟନ୍ତ କରିବା ପାଇଁ ରାଜ୍ୟ ସରକାର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଥିଲେ । ମାତ୍ର ଗତ ଦୁଇଦିନ ଧରି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସରକାର ପୁଣିଥରେ ଆଜି ଆଉ ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
