Advertisment

ଗ୍ରୀଷ୍ମପ୍ରବାହ: ଆଉ ୨ଦିନ ରାଜ୍ୟର ସବୁ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଛୁଟି

ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ, ତତଲା ହାୱା ଓ ଅସହ୍ୟ ଗୁଳଗୁଳି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ ।

Morning school

Morning school

Advertisment

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁଣିଥରେ ସମସ୍ତ ସ୍କୁଲକୁ ଆଉ ୨ଦିନ ପାଇଁ ଛୁୂଟି ଘୋଷଣା କରିଛନ୍ତି । ଆସନ୍ତା ୧୯ ଓ ୨୦ତାରିଖ ଦୁଇଦିନ ଧରି ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ର , ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଆଜି ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

Advertisment

ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମପ୍ରବାହ, ତତଲା ହାୱା ଓ ଅସହ୍ୟ ଗୁଳଗୁଳି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲେ । ୧୭ତାରିଖରୁ ସ୍କୁଲ ଖୋଲିବା ସହ ପାଠପଢ଼ା ସକାଳ ସାଢ଼େ ୬ଟାରୁ ୧୧ଟା ପର୍ଯ୍ୟନ୍ତ କରିବା ପାଇଁ ରାଜ୍ୟ ସରକାର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଥିଲେ । ମାତ୍ର ଗତ ଦୁଇଦିନ ଧରି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସରକାର ପୁଣିଥରେ ଆଜି ଆଉ ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।

Heat Wave Heat Wave In Odisha School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe