bbsr
ଭୁବନେଶ୍ୱର( ଓଡିଶା ରିପୋର୍ଟର): କାଲିଠୁ ଅଫିସ୍ ଆସିବେ ସମସ୍ତ ଗ୍ରୁପ ଏ ଅଧିକାରୀ । ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଆରଡିସି, ତହସିଲ, ଆର.ଆଇ ଅଫିସ ଆସିବେ ଶତ ପ୍ରତିଶତ କର୍ମଚାରୀ। ୯ଟି ଜିଲ୍ଲାରେ ଗ୍ରୁପ୍ ବି, ସି ଓ ଡିର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ। ଏହି ୯ ଜିଲ୍ଲା ହେଉଛି ପୁରୀ, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, ଭଦ୍ରକ, କଳାହାଣ୍ଡି, ଢେଙ୍କାନାଳ ଓ ଯାଜପୁର। ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ବିଭାଗ ପକ୍ଷରୁ ଆଜି ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି।
ସେହିପରି ଆସନ୍ତାକାଲିଠୁ ସମସ୍ତ ଷ୍ଟାମ୍ପ ଭେଣ୍ଡରକୁ କାର୍ଯ୍ୟକ୍ଷମ କରାଯିବ। ନିର୍ମାଣ କାର୍ଯ୍ୟ ପାଇଁ ବାଲିଘାଟ, କ୍ରସର ୟୁନିଟ୍ ଓ କ୍ୱାରି ଗୁଡିକ ମଧ୍ୟ କାର୍ଯ୍ୟକ୍ଷମ କରାଯିବ। ତେବେ ଏସବୁ ସ୍ଥାନରେ ସାମାଜିକ ଦୂରତା କଟକଣା ମାନିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/04/bbsr-8800.jpg)