Advertisment

ପୁଲୱାମା ସହିଦଙ୍କ ସ୍ମୃତିରେ ଦେଶବ୍ୟାପୀ ବ୍ୟବସାୟ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କ ସ୍ମୃତିରେ ଆଜି ଦେଶବ୍ୟାପୀ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଏହି ବନ୍ଦ ଡାକରା ଦେଇଛି। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବନ୍ଦ ପାଳନ କରାଯାଉଥିବାରୁ, ଏହାକୁ ସମର୍ଥନ ଜଣାଇ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ ଏଥିରେ ସାମିଲ […]

ଅଦ୍ୟତନ ହୋଇଛି
ପୁଲୱାମା ସହିଦଙ୍କ ସ୍ମୃତିରେ ଦେଶବ୍ୟାପୀ ବ୍ୟବସାୟ ବନ୍ଦ

band

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କ ସ୍ମୃତିରେ ଆଜି ଦେଶବ୍ୟାପୀ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଏହି ବନ୍ଦ ଡାକରା ଦେଇଛି। ସକାଳ ୭ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ବ୍ୟବସାୟୀ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ବନ୍ଦ ପାଳନ କରାଯାଉଥିବାରୁ, ଏହାକୁ ସମର୍ଥନ ଜଣାଇ ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ ଏଥିରେ ସାମିଲ ହୋଇଛନ୍ତି।

ଦୁଇ ଓଡ଼ିଆ ସହିଦଙ୍କ ପରିବାରକୁ ବ୍ୟବସାୟୀ ସଂଘ ପକ୍ଷରୁ ଅନୁକମ୍ପା ମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି କଟକ ଚାମ୍ବର ଅଫ କମର୍ସ ପକ୍ଷରୁ କୁହାଯାଇଛି।

Advertisment

ବନ୍ଦ ବେଳେ ଗାଡ଼ି ଚଳାଚଳ ଉପରେ କୌଣସି କଟକଣା ଲଗାଯାଇନାହିଁ। ଗାଡ଼ି ଚଳାଚଳ ସ୍ୱାଭାବିକ ରହିଛି। କେବଳ ଦୋକାନ ବଜାର ବନ୍ଦ କରାଯାଇଛି।

ସମ୍ବଲପୁର ଚାମ୍ବର ଅଫ କମର୍ସ ସଭାପତି ଅରୁଣ ପଟଓ୍ୱାରୀ କହିଛନ୍ତି,“ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଏହି ବନ୍ଦ ପାଳନ କରାଯାଉଛି। ସମସ୍ତ ବ୍ୟବସାୟୀ ବନ୍ଧୁଙ୍କୁ ଆମେ ଅନୁରୋଧ କରିଛୁ ବନ୍ଦରେ ସାମିଲ ହେବାକୁ। ଗାଡି ଚଳାଚଳ ସ୍ୱାଭାବିକ ରହିବ। ଔଷଧ ଦୋକାନ ଖୋଲା ରହିବା ଜରୁରୀ ହୋଇଥିବାରୁ ବନ୍ଦରେ ସେମାନଙ୍କୁ ସାମିଲ କରାଯିବାକୁ ବାଧ୍ୟବାଧକତା ନାହିଁ। ସେମାନେ ଚାହିଁଲେ ବନ୍ଦରେ ସାମିଲ ହୋଇପାରିବେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe