Advertisment

ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ରାୟ ପରେ ପର୍ଯ୍ୟାୟକ୍ରମେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ। ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜରାଟର ଅହମ୍ମଦାବାଦ ଓ ସୁରତରୁ ଟ୍ରେନ୍ ଆସିବ। ଏନେଇ ପ୍ରକ୍ରିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ସେ କହିଛନ୍ତି, “ଲୋକେ କେମେତି ଭଲ ଭାବେ ଆସିବେ ଓ କ୍ୱାରେଣ୍ଟାଇନ୍ ନିୟମ ମାନିବେ, ସେନେଇ ରାଜ୍ୟ ସରକାର ବେଶୀ ଗୁରୁତ୍ୱ ଦେଉଛନ୍ତି। ଆଜି ଓ କାଲି ମଧ୍ୟରେ ଏହିସବୁ ରାଜ୍ୟରୁ ଟ୍ରେନ୍‌ ଆସିବା […]

ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ

bbsr

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁପ୍ରିମକୋର୍ଟଙ୍କ ରାୟ ପରେ ପର୍ଯ୍ୟାୟକ୍ରମେ ଟ୍ରେନ୍ ଯୋଗେ ଓଡ଼ିଶା ଆସିବେ ପ୍ରବାସୀ। ମହାରାଷ୍ଟ୍ର, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜରାଟର ଅହମ୍ମଦାବାଦ ଓ ସୁରତରୁ ଟ୍ରେନ୍ ଆସିବ। ଏନେଇ ପ୍ରକ୍ରିୟା ଜାରି ରହିଥିବା ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

Advertisment

ସେ କହିଛନ୍ତି, “ଲୋକେ କେମେତି ଭଲ ଭାବେ ଆସିବେ ଓ କ୍ୱାରେଣ୍ଟାଇନ୍ ନିୟମ ମାନିବେ, ସେନେଇ ରାଜ୍ୟ ସରକାର ବେଶୀ ଗୁରୁତ୍ୱ ଦେଉଛନ୍ତି। ଆଜି ଓ କାଲି ମଧ୍ୟରେ ଏହିସବୁ ରାଜ୍ୟରୁ ଟ୍ରେନ୍‌ ଆସିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଏକାଥରକେ ଲକ୍ଷ ଲକ୍ଷ ଲୋକ ଆସିବା ସମ୍ଭବ ନୁହେଁ। ଧୀରେ ଧୀରେ ଲୋକେ ନିଶ୍ଚିତ ଆସିବେ। ବସ୍‌ ଦ୍ୱାରା ଆଉ କେହି ଆସି ପାରିବେ ନାହିଁ। ତେବେ ବ୍ୟକ୍ତିଗତ ଭାବେ ଅନୁମତି ନେଇ ବସ୍‌ରେ ଆସି ପାରିବେ।”

ସୂଚନାଯୋଗ୍ୟ, ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ ସଂଖ୍ୟା ୨୮୭ରେ ପହଞ୍ଚିଛି। ସେଥିମଧ୍ୟରୁ ୬୩ ଜଣ ସୁସ୍ଥ ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ଘଟିଛି। ଏବେବି ୨୨୨ଟି ମାମଲା ସକ୍ରିୟ ରହିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe