Advertisment

ଖୁବଶୀଘ୍ର ଅପେକ୍ଷାର ଅନ୍ତ, ୪ ଦିନ ପରେ ଖୋଲିବ ଶ୍ରୀମନ୍ଦିର

ପୁରୀ(ଓଡ଼ିଶା ରିପୋର୍ଟର): ଶେଷ ହେଲା ଭକ୍ତଙ୍କ ଅପେକ୍ଷା। ଆଉ ୪ ଦିନ ପରେ ଅର୍ଥାତ ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ସୂଚନା ଦେଇଛନ୍ତି। ଏଥିସହ ୨୩ ତାରିଖରୁ ହିଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହରବାସୀ ଦର୍ଶନ ସୁବିଧା ପାଇବେ। ସକାଳୁ […]

ଅଦ୍ୟତନ ହୋଇଛି
ଖୁବଶୀଘ୍ର ଅପେକ୍ଷାର ଅନ୍ତ, ୪ ଦିନ ପରେ ଖୋଲିବ ଶ୍ରୀମନ୍ଦିର

puri-temple-1

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଶେଷ ହେଲା ଭକ୍ତଙ୍କ ଅପେକ୍ଷା। ଆଉ ୪ ଦିନ ପରେ ଅର୍ଥାତ ଆସନ୍ତା ୨୩ ତାରିଖରୁ ଖୋଲିବ ଶ୍ରୀମନ୍ଦିର। ଏନେଇ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂହ ସୂଚନା ଦେଇଛନ୍ତି। ଏଥିସହ ୨୩ ତାରିଖରୁ ହିଁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଖୋଲିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Advertisment

ପ୍ରଥମ ଦୁଇ ଦିନ ସେବାୟତଙ୍କ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ଅନୁମତି ମିଳିବ । ଦୁଇ ଦିନ ପରେ ପୁରୀ ସହରବାସୀ ଦର୍ଶନ ସୁବିଧା ପାଇବେ। ସକାଳୁ ସନ୍ଧ୍ୟା ଯାଏଁ ବିଭିନ୍ନ ୱାର୍ଡବାସିନ୍ଦାଙ୍କୁ ପର୍ଯ୍ୟାୟକ୍ରମେ ଅନୁମତି ମିଳିବ । ୱାର୍ଡୱାରୀ ଦର୍ଶନ ପାଇଁ ସମୟ ବଣ୍ଟନ ମଧ୍ୟ କରାଯିବ। ୩ ତାରିଖ ପରେ ସମସ୍ତ ଦର୍ଶନାର୍ଥୀଙ୍କୁ ବଡ ଠାକୁରଙ୍କ ଦର୍ଶନ ସୁବିଧା ମିଳିବ । ତେବେ ଏହି ସମୟରେ କରୋନା ନିୟମକୁ କଡାକଡି ପାଳନ କରିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ଅନୁରୋଧ କରିଛନ୍ତି।

କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ନଥିଲେ ମହାପ୍ରଭୁଙ୍କୁ ଦର୍ଶନ ହେବନାହିଁ। ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି। ପୁରୀ ବାହାରୁ ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ଏହି ନିୟମ ଲାଗୁ ହେବ।

Advertisment

ଦର୍ଶନ ବ୍ୟବସ୍ଥା ପାଇଁ ଏକ ଏସ୍ଓପି ଜାରି କରାଯିବ। ସବୁ ଦର୍ଶନାର୍ଥୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେହିପରି ସାନିଟାଇଜର ଲଗାଇବା ଜରୁରୀ କରାଯିବ। ଶ୍ରୀମନ୍ଦିର ୪ ଦ୍ୱାରରେ ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ସାନିଟାଇଜର ଦିଆଯିବ। ୬୫ ବର୍ଷରୁ ଅଧିକ ବୟସ୍କ ଓ ପିଲାଙ୍କୁ ନଆସିବାକୁ ଅନୁରୋଧ କରାଯିବ।

୩ ତାରିଖ ଠାରୁ ପ୍ରଥମ ସପ୍ତାହରେ ପ୍ରତି ଦିନ ୫୦୦୦ ଭକ୍ତଙ୍କୁ ଦର୍ଶନ ଅନୁମତି ମିଳିବ। ସବୁ ଠିକ୍‌ଠାକ୍‌ ଚାଲିଲେ ମାସେ ବା ୨ ମାସ ମଧ୍ୟରେ ଅଧିକ ଦର୍ଶନାର୍ଥୀଙ୍କୁ ଅନୁମତି ମିଳିପାରିବ। ଭୋଗ, ଫୁଲ ଓ ଦୀପ ଦୋକାନୀଙ୍କ ପାଇଁ ସ୍ୱତନ୍ତ୍ର ଏସ୍‌ଓପି ଜାରି କରାଯିବ। କିନ୍ତୁ କରୋନା କଟକଣା ଜାରି ରହିବ ବୋଲି ସୂଚନା ମିଳିଛି ।

Puri Shreemandir Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe