/odisha-reporter/media/post_attachments/uploads/2021/01/taratarini-temple.jpg)
Taratarini Shaktipeeth
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମବାସୀଙ୍କ ପାଇଁ ଖୁସି ଖବର । ଆଉ ଦିନକ ପରେ ଅର୍ଥାତ ଜାନୁଆରୀ ୪ରୁ ଖୋଲିବ ଗଞ୍ଜାମର ସବୁ ଧର୍ମାନୁଷ୍ଠାନ । ସେହିପରି ଆସନ୍ତାକାଲି ଠାରୁ ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀ ପୀଠ ଖୋଲିବା ସହ ମା’ଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ଏଡିଏମ ରେଭେନ୍ୟୁ ଇନଚାର୍ଜ, ସବ କଲେକ୍ଟର ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସକାଳୁ ମନ୍ଦିର ଖୋଲାଯିବ । ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।
ବ୍ୟାପକ ପୁଲିସ ବ୍ୟବସ୍ଥା ସହ କୋଭିଡ କଟକଣା ମଧ୍ୟରେ ଏକକାଳୀନ ୧୫ ଜଣ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତ ମିଳିବ । ଶ୍ରଦ୍ଧାଳୁଙ୍କ ସୁରକ୍ଷିତକୁ ଦୃଷ୍ଟିରେ ରଖି ତାରାତାରିଣୀ ମନ୍ଦିର ଉପରକୁ ଯିବା ପାଇଁ ବସ୍ ବବ୍ୟସ୍ଥା କରାଯାଇଛି । ଏହି ସମୟରେ ସାମାଜିକ ଦୂରତା ସହ ମାସ୍କ ଓ ସାନିଟାଇଜର ବାଧ୍ୟତାମୂଳକ କରାଯାଇଛି । ଦର୍ଶନ ବେଳେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।
ସୂଚନା ଯୋଗ୍ୟ ଯେ, କରୋନା ଲକଡାଉନ ଯୋଗୁଁ ରାଜ୍ୟରେ ଦୀର୍ଘ ୯ମାସରୁ ଅଧିକ ଦିନ ହେବ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। ଫଳରେ ଭକ୍ତମାନେ ଠାକୁରଙ୍କ ଦର୍ଶନ ନପାଇ ନିରାଶ ହୋଇଥିଲେ । ଜିଲ୍ଲାରେ କେବେ ଧର୍ମାନୁଷ୍ଠାନ ଖୋଲିବ ସେ ନେଇ ଚାହିଁ ରହିଥିଲେ ଶ୍ରଦ୍ଧାଳୁ । ତେବେ ଆଜି ଜିଲ୍ଲାପାଳଙ୍କ ଘୋଷଣା ପରେ ଶ୍ରଦ୍ଧାଳୁଙ୍କ ଅପେକ୍ଷା ଅନ୍ତ ଘଟିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
