jagasingpur
ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ମହାନଦୀରେ ଜଳପତ୍ତନ ବୃଦ୍ଧି ପରେ ଜଗତସିଂହପୁର ଦେଇ ପ୍ରବାହିତ ଏହାର ଶାଖାନଦୀ ଗୁଡ଼ିକରେ ବନ୍ୟା ପରିସ୍ଥିତି ଦେଖାଦେଇଛି।
ଦେବୀ ଓ ପାଇକା ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଦଳେଇ ଘାଇ ପାଖରେ ଦେବୀ ନଦୀର ବିପଦ ସଙ୍କେତ ୫୭ ଫୁଟ ଥିବାବେଳେ ଏବେ ଜଳସ୍ତର ୫୭.୧୦ ଫୁଟ୍ ରହିଛି।
ସେହିପରି ତାରପୁର ଓ ତାର୍ତ୍ତୋଲଠାରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଅଛି। ତାରପୁରରେ ବିପଦ ସଙ୍କେତ ୯.୮୦ ମିଟର ଥିବାବେଳେ ଜଳପତ୍ତନ ୧୦.୯୭ ମିଟରରେ ରହିଛି। ତିର୍ତ୍ତୋଲରେ ବିପଦ ସଙ୍କେତ ୪.୯୫୦ ମିଟର ଥିବାବେଳେ ଜଳସ୍ତର ୫.୧୭ ମିଟରରେ ପ୍ରବାହିତ ହେଉଛି।
ଶଙ୍ଖେଶ୍ୱରରେ ବିପଦ ସଙ୍କେତ ଉପରେ ପାଇକା ନଦୀ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ସ୍ତର ୨୨.୭୫ ଫୁଟ ଥିବା ବେଳେ ଏବେ ଏଠାରେ ୨୬.୩୦ ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/08/jagasingpur-5500.jpg)