Advertisment

ସୁବର୍ଣ୍ଣପୁର,ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ରୁ ଖୋଲିବ ସ୍କୁଲ

ତିନୋଟି ଯାକ ଜିଲ୍ଲାରେ ସକାଳୁଆ ସ୍କୁଲ ହେବ। ୨୬ରୁ ସ୍ୱାଭାବିକ ସମୟରେ ସ୍କୁଲ ଚାଲିବ।

author-image
Jitendra Garnayak
Students

Students

ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୋଳ, ସୁବର୍ଣ୍ଣପୁର ଓ ବଲାଙ୍ଗିର ଜିଲ୍ଲାକୁ ଛାଡ଼ି ବାକି ସବୁ ଜିଲ୍ଲାରେ ଆସନ୍ତାକାଲି ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବାକୁ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି କରାଯାଇଥିଲା। ତା’ସହିତ ଏହି ୭ ଜିଲ୍ଲାର ଜିଲ୍ଲାପାଳମାନେ ଗ୍ରୀଷ୍ମପ୍ରବାହ ସ୍ଥିତିକୁ ଦେଖି ସକାଳୁଆ ସ୍କୁଲ ଖୋଲିପାରିବେ ବା ସମ୍ପୂର୍ଣ୍ଣ ବନ୍ଦ ରଖିପାରିବେ ବୋଲି କୁହାଯାଇଥିଲା। ଏହି କ୍ରମରେ ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୨୩ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି।

Advertisment

୨୩ ଓ ୨୪ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ସ୍କୁଲ ସକାଳୁଆ ହେବ। ସକାଳ ସାଢ଼େ ୬ଟାରୁ ସାଢ଼େ ୯ ଯାଏ ସ୍କୁଲ ଚାଲିବ। ସାଢ଼େ ୮ଟାରୁ ୯ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ ଦିଆଯିବ। ୨୫ ତାରିଖ ରବିବାର ପଡ଼ୁଥିବା ବେଳେ ୨୬ ତାରିଖରେ ଜିଲ୍ଲାର ସମସ୍ତ ସ୍କୁଲ ସ୍ୱାଭାବିକ ସମୟରେ ଚାଲିବ।

ସୁନ୍ଦରଗଡ଼ ଜିଲ୍ଲାରେ ୨୩ ତାରିଖରୁ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ୨୬ରୁ ସ୍ୱାଭାବିକ ସମୟରେ ସ୍କୁଲ ଖୋଲିବ। ସେହିପରି ନୂଆପଡ଼ା ଜିଲ୍ଲାରେ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସାଢ଼େ ୮ଟାରୁ ୯ ମଧ୍ୟରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।  

Advertisment

ସେହିପରି ସମ୍ବଲପୁର, ଝାରସୁଗୁଡ଼ା ଓ ବଲାଙ୍ଗିର ଜିଲ୍ଲାରେ ୨୨ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହି ସବୁ ଜିଲ୍ଲାରେ ୨୨ରୁ ୨୪ ତାରିଖ ଯାଏ ସ୍କୁଲ ଗୁଡ଼ିକ ସକାଳୁଆ ହେବ। ସମ୍ବଲପୁର ଓ ଝାରସୁଗୁଡ଼ାରେ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। ସେହିପରି ବଲାଙ୍ଗିରରେ ସାଢ଼େ ୬ଟାରୁ ସାଢ଼େ ୧୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ।

School Reopen In Odisha Reopening Of Schools