ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଛି।
ଟ୍ରେଡ ୟୁନିଅନର ବନ୍ଦ ଡାକରା ଯୋଗୁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଟ୍ରେଡ ୟୁନିଅନ ପକ୍ଷରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଥିବାରୁ ବୁଧବାର ସ୍କୁଲ ବନ୍ଦ ରହିବ କି ନାହିଁ କାଲି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ସ୍କୁଲ ପରି ଆସନ୍ତାକାଲି କଲେଜ ଓ ସମସ୍ତ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅବଗତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ବିଶାଲ ଦାସଙ୍କ ସମେତ ୧୪ ଜଣଙ୍କ ନାଁରେ ମାମଲା
ଆଇଜି କହିଥିଲେ, ନିଖୋଜ ମାମଲାର ଚାଲିଛି ଖୋଳତାଡ଼। ଏହାର କିଛି ଘଣ୍ଟା ପରେ ଅର୍ଥାତ ବିଳମ୍ବିତ ରାତିରେ କେତେକ ସରପଞ୍ଚ, ସମିତି ସଭ୍ୟ ଛତିଶଗଡ଼ ମହାସମୁନ୍ଦ ଜିଲ୍ଲା ସରାଇପାଲିର ହୋଟେଲରେ ଥିବା ବେଳେ ନିଜେ ସମର୍ଥକଙ୍କ ସହ ପହଞ୍ଚିଥିଲେ ବିଶାଲ ଦାସ।
Crime
ହଂସିକା ଓ ଅନୀଲଙ୍କ ସମ୍ପତ୍ତି ଶହେ କୋଟି ପାର୍ କଲାଣି!
ପୂର୍ବରୁ ପୋର୍ସେ, ଜାଗୁଆର, BMW ଭଳି ୬ଟି ଦାମୀ କାର୍ ପରେ ଆଜି ୩କୋଟି ଟଙ୍କାର ଏକ ମର୍ସିଡିଜ କାର ଜବତ କରିଛି କମିସନ୍ରେଟ୍ ପୁଲିସ୍। ଏକ ପରିତ୍ୟକ୍ତ ସ୍ଥାନରେ କାରଟି ଲୁଚାଇ ରଖାଯାଇଥିଲା।
Crime
୮ ବର୍ଷ ତଳେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି; ପୁଣି ଲାଞ୍ଚ ନେଇ ବନ୍ଧା ହେଲେ
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଆରଆଇ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା।
Crime
ମିଛ ଚିଠି ଦେଖାଇଥିଲେ, ଭାଙ୍ଗିପାରେ ବୈକୁଣ୍ଠଧାମ ଆଶ୍ରମ
ଭୁବନେଶ୍ୱର ଘାଟିକିଆ ମୌଜାର ଖାତା ନଂ 2333ର ପ୍ଲଟ ନଂ 1215 ଉପରେଥିବା ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ହୋଇଛି। ଏହା ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଗତ ନଭେମ୍ବର ମାସ 21 ତାରିଖରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରୀ କରିଥିଲେ।
Miscellaneous
ରୁଷରେ ଶାନ୍ତିର ବାର୍ତ୍ତା ପ୍ରଚାର କରୁଛନ୍ତି ବିକେ ସୁଧାରାଣୀ; ସମ୍ମାନିତ କଲେ ରାଷ୍ଟ୍ରପତି
ପ୍ରଧାନମନ୍ତ୍ରୀଙ୍କ ଟାକ୍ସ ‘ପରବର୍ତ୍ତୀ ସମୟରେ ଆଉ ୫ ଜଣଙ୍କୁ ସାଥୀରେ ଆଣିବାକୁ’ ନେଇ ବିକେ ସୁଧାରାଣୀ ଗୁପ୍ତା କହିଛନ୍ତି, ନିଶ୍ଚିତ ଭାବେ ପରବର୍ତ୍ତୀ ପ୍ରବାସୀ ଭାରତୀୟ ଦିବସରେ ଆମେ ଆଉ ୫ ଜଣଙ୍କୁ ସାଥୀରେ ଧରି ଆସିବୁ।