Advertisment

ରାଜ୍ୟରେ ଉପରମୁହାଁ କରୋନା; ୯ ଦିନ ବନ୍ଦ ରହିବ ଏହି ବ୍ଲକର ସମସ୍ତ ଦୋକାନ

ନୂଆପଡ଼ା (ମାୟାଧର ସରାଫ): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ କରୋନା। ଦୈନିକ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ୩ ହଜାର ପାଖାପାଖି ପହଞ୍ଚି ସାରିଲାଣି।  ନୂଆପଡ଼ା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଉପରମୁହାଁ ଥିବା ବେଳେ ଚିନ୍ତାରେ ଅଛନ୍ତି ଜିଲ୍ଲାବାସୀ। ନୂଆପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଖଡ଼ିଆଳ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ୨୪ ତାରିଖ ଯାଏ ଅର୍ଥାତ […]

ଅଦ୍ୟତନ ହୋଇଛି
ରାଜ୍ୟରେ ଉପରମୁହାଁ କରୋନା; ୯ ଦିନ ବନ୍ଦ ରହିବ ଏହି ବ୍ଲକର ସମସ୍ତ ଦୋକାନ

shops closed

Advertisment

ନୂଆପଡ଼ା (ମାୟାଧର ସରାଫ): ରାଜ୍ୟରେ ମାଡ଼ି ଚାଲିଛି ମହାମାରୀ କରୋନା। ଦୈନିକ କରୋନା ସଂକ୍ରମଣ ସଂଖ୍ୟା ରାଜ୍ୟରେ ୩ ହଜାର ପାଖାପାଖି ପହଞ୍ଚି ସାରିଲାଣି।  ନୂଆପଡ଼ା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଉପରମୁହାଁ ଥିବା ବେଳେ ଚିନ୍ତାରେ ଅଛନ୍ତି ଜିଲ୍ଲାବାସୀ।

Advertisment

ନୂଆପଡ଼ା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଦେଖି ଖଡ଼ିଆଳ ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ବଣିକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠୁ ୨୪ ତାରିଖ ଯାଏ ଅର୍ଥାତ ୯ ଦିନ ଯାଏ ଖଡ଼ିଆଳର ଦୋକାନ ବନ୍ଦ ରହିବ । କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ବାକି ସମସ୍ତ ଦୋକାନକୁ ବନ୍ଦ କରାଯିବ ବୋଲି ବଣିକ ସଂଘ ପକ୍ଷରୁ କୁହାଯାଇଛି । ସେହିପରି ଏହି ୯ ଦିନରେ କେବଳ ସକାଳ ୫ଟାରୁ ୧୦ଟା ଯାଏ ପନିପରିବା ଦୋକାନ ଖୋଲା ରଖାଯିବ ।

ନୂଆପଡ଼ା ଜିଲ୍ଲାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଏହି ଜିଲ୍ଲାରୁ ୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର ଯେଉଁ ରିପୋର୍ଟ ଆସିଥିଲା ସେଥିରେ ଏହି ସଂଖ୍ୟା ୧୦୪ ଥିଲା। 

Advertisment
Corona In Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe