Advertisment

୩ ତାରିଖଠୁ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟର କିଛି ଜାଗାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ୩ ତାରିଖଠୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି,“ ଆସନ୍ତା ୩ ତାରିଖରେ ଉତ୍ତର ଓଡ଼ିଶା଼ର ଅଧିକାଂଶ ଜାଗାରେ ବର୍ଷା ହେବ। ଏହାସହ ଦକ୍ଷିଣ ଓଡ଼ିଶାର ଅଳ୍ପ […]

କାଲି ଆଉ ଏକ ଲଘୁଚାପ; ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷିବ

rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟର କିଛି ଜାଗାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ୩ ତାରିଖଠୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

Advertisment

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଲକ୍ଷ୍ମୀଧର ମହାପାତ୍ର କହିଛନ୍ତି,“ ଆସନ୍ତା ୩ ତାରିଖରେ ଉତ୍ତର ଓଡ଼ିଶା଼ର ଅଧିକାଂଶ ଜାଗାରେ ବର୍ଷା ହେବ। ଏହାସହ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ଜାଗାରେ ମଧ୍ୟ ବର୍ଷା ହେବ। ତା’ସହିତ ୩ ତାରିଖଠୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ମଧ୍ୟ ଜାରି ରଖିଛୁ।  ଏହି ଜିଲ୍ଲା ଗୁଡ଼ିକ ହେଉଛି- ନବରଙ୍ଗପୁର, ନୂଆପଡ଼ା, ବରଗଡ଼ ଓ ସୁନ୍ଦରଗଡ଼।

ଏଥିସହ କିଛି ଜିଲ୍ଲାରେ ଘଡ଼ଘଡ଼ି ସହ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବ। ଏହି ଜିଲ୍ଲା ଗୁଡ଼ିକ ହେଉଛି- ନବରଙ୍ଗପୁର, କଲାହାଣ୍ଡି, ବୌଦ୍ଧ, ସୋନପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା।”

Advertisment

ସେ ଆହୁରି କହିଛନ୍ତି,“ ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ାର ମୁନିଗୁଡ଼ାରେ ୪୯.୮ ମିମି, ଧର୍ମଗଡ଼ରେ ୪୩ ମିମି, ଲାଞ୍ଜିଗଡ଼ରେ ୩୨ ମିମି, ବୌଦ୍ଧରେ ୧୯.୮, ଟିଟିଲାଗଡ଼ରେ ୧୮.୬ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe