Advertisment

ତନଖି ଫାଟକରେ ଚାନ୍ଦା ମାଗୁଥିବା ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ବିରୋଧରେ ଅଭିଯୋଗ

ବାରିପଦା: ତନଖି ଫାଟକରେ ଚାନ୍ଦା ମାଗୁଥିବା ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ବିରୋଧରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଜାମାଶୋଳା ସ୍ଥିତ ଅନ୍ତଃରାଜ୍ୟ ତନଥି ଫାଟକର ଏସିସିଟିଓ କୁଳମଣି ଭୋଇ। ଏନେଇ ସେ ଝାଡ଼ପୋଖରୀଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କୁଳମଣି ଏତଲାରେ ଦର୍ଶାଇଛନ୍ତି ଯେ ଗତକାଲି କୃଷ୍ଣଚନ୍ଦ୍ର କିଛି ସମର୍ଥଙ୍କ ସହ କାର୍ଯ୍ୟାଳୟକୁ ଆସି ମୋଟା ଅଙ୍କର ଚାନ୍ଦା ମାଗିଥିଲେ। ସେ ଚାନ୍ଦା ଦେବା ପାଇଁ ରାଜି ନ […]

ତନଖି ଫାଟକରେ ଚାନ୍ଦା ମାଗୁଥିବା ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ବିରୋଧରେ ଅଭିଯୋଗ

mayurbhanja

Advertisment

ବାରିପଦା: ତନଖି ଫାଟକରେ ଚାନ୍ଦା ମାଗୁଥିବା ନେଇ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର ବିରୋଧରେ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ଜାମାଶୋଳା ସ୍ଥିତ ଅନ୍ତଃରାଜ୍ୟ ତନଥି ଫାଟକର ଏସିସିଟିଓ କୁଳମଣି ଭୋଇ। ଏନେଇ ସେ ଝାଡ଼ପୋଖରୀଆ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। କୁଳମଣି ଏତଲାରେ ଦର୍ଶାଇଛନ୍ତି ଯେ ଗତକାଲି କୃଷ୍ଣଚନ୍ଦ୍ର କିଛି ସମର୍ଥଙ୍କ ସହ କାର୍ଯ୍ୟାଳୟକୁ ଆସି ମୋଟା ଅଙ୍କର ଚାନ୍ଦା ମାଗିଥିଲେ। ସେ ଚାନ୍ଦା ଦେବା ପାଇଁ ରାଜି ନ ହେବାରୁ କୃଷ୍ଣଚନ୍ଦ୍ର ତାଙ୍କୁ ମାର୍‌ପିଟ୍ କରିବା ସହ ଦୁର୍ବ୍ୟବହାର କରିଥିଲେ। ଅପରପକ୍ଷେ କୁଳମଣିଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି କୃଷ୍ଣଚନ୍ଦ୍ର। ତାଙ୍କ ସମର୍ଥକଙ୍କୁ କୁଳମଣି ଦୁର୍ବ୍ୟବହାର କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe