Advertisment

‘ଆମ ଗାଁ ଆମ ବିକାଶ’ ଘର ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ !

ଯାଜପୁର (ଅଭୟ ପତି): ‘ଆମ ଗାଁ ଆମ ବିକାଶ’ ଘର ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ।  ଯେଉଁ ଘରେ ବୈଠକ ବସିଥାଏ, ସେଠାରେ ବେଧଡ଼କ ଭାବେ ଚାଲିଛି ମଦ ଓ ଗଞ୍ଜେଇର ଆସର। ଏଭଳି ଅଭିଯୋଗ ଆସିଛି ଯାଜପୁର ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଗାଁରୁ। ଏନେଇ ଗାଁଲୋକେ ପ୍ରତିବାଦ କଲେ ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଲୋକ କହି ଧମକ ଦେଉଥିବା ଅଭିଯୋଗ ହୋଇଛି। ଗତ ୨୧ ତାରିଖରେ କିଛି ଯୁବକ ମଦ୍ୟପାନ କରି ଗାଁର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ଘର […]

ଅଦ୍ୟତନ ହୋଇଛି
‘ଆମ ଗାଁ ଆମ ବିକାଶ’ ଘର ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ !

jajpur

Advertisment

ଯାଜପୁର (ଅଭୟ ପତି): ‘ଆମ ଗାଁ ଆମ ବିକାଶ’ ଘର ପାଲଟିଛି ମଦ୍ୟପଙ୍କ ଆଡ୍ଡାସ୍ଥଳୀ।  ଯେଉଁ ଘରେ ବୈଠକ ବସିଥାଏ, ସେଠାରେ ବେଧଡ଼କ ଭାବେ ଚାଲିଛି ମଦ ଓ ଗଞ୍ଜେଇର ଆସର। ଏଭଳି ଅଭିଯୋଗ ଆସିଛି ଯାଜପୁର ରସୁଲପୁର ବ୍ଲକ ଲକ୍ଷ୍ମୀନଗର ଗାଁରୁ। ଏନେଇ ଗାଁଲୋକେ ପ୍ରତିବାଦ କଲେ ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଲୋକ କହି ଧମକ ଦେଉଥିବା ଅଭିଯୋଗ ହୋଇଛି।publive-image

Advertisment

ଗତ ୨୧ ତାରିଖରେ କିଛି ଯୁବକ ମଦ୍ୟପାନ କରି ଗାଁର ସିଦ୍ଧାର୍ଥ ଶଙ୍କର ସାହୁଙ୍କ ଘର ଉପରକୁ ମଦ ବୋତଲ ମାଡ଼ କରିଥିଲେ। ଏଥିସହ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏନେଇ ଯାଜପୁର ରୋଡ ଥାନାରେ ସିଦ୍ଧାର୍ଥ ଶଙ୍କର ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ ସାହୁ  ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଏତଲା ଦେଇଛନ୍ତି। ତେବେ ସରପଞ୍ଚଙ୍କ ସ୍ୱାମୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରାଜନୈତିକ ବିରୋଧାଭାବକୁ ନେଇ ଏଭଳି ଅଭିଯୋଗ ହୋଇଥିବା ସେ କହିଛନ୍ତି। ସେହିପରି ସରପଞ୍ଚଙ୍କ ସ୍ୱାମୀ ପ୍ରଫୁଲ୍ଲ ସାହୁ ମଧ୍ୟ ସିଦ୍ଧାର୍ଥ ଶଙ୍କରଙ୍କ ବିରୋଧରେ  ଥାନାରେ  ଅଭିଯୋଗ କରିଛନ୍ତି। ପୁଲିସ୍ ଦୁଇଟି ମାମଲା ରୁଜୁ କରି ଉଭୟ ପକ୍ଷଙ୍କୁ ନୋଟିସ୍ ଜାରି କରିଥିବା ସୂଚନା ମିଳିଛି ।publive-image

ସିଦ୍ଧାର୍ଥ ଶଙ୍କର ସାହୁ କହିଛନ୍ତି, “ସରପଞ୍ଚଙ୍କ ସ୍ୱାମୀ ଆମ ଘରର ଯେ କୌଣସି ବ୍ୟକ୍ତିଙ୍କୁ ଦେଖିଲେ ଗାଳିଗୁଲଜ କରନ୍ତି। ଆମ ଶୌଚାଳୟ ଉପରକୁ ମଦ ବୋତଲ ଫୋପାଡ଼ିଥିଲେ। ଦୀର୍ଘ ଦିନ ହେବ ଆମ ଗାଁ ଆମ ବିକାଶ ଘରେ ମଦ ଆସର ଜମୁଛି। ଆମେ ଏନେଇ ପ୍ରତିବାଦ କରୁଛୁ। ତେଣୁ ଉଦ୍ଦେଶ୍ୟ ମୂଳକ ଭାବେ ସେମାନେ ଆକ୍ରମଣ କରୁଛନ୍ତି। ଏତଲାରେ ଆମେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ନାଁ ଜଣାଇଥିଲୁ। ହେଲେ ସେମାନେ  ଏହି ଘଟଣାରେ ସଂଶ୍ଲିଷ୍ଟ ନଥିବା ପୁଲିସ୍‌ କହିଛି। ତା’ହେଲେ ଆମେ ଆମ ଦୁଃଖ କୁହାକୁ ଜଣାଇବୁ। ଏହି ଘଟଣାର ତଦନ୍ତ କରାଯାଉ। ଅଭିଯୁକ୍ତକୁ ଦଣ୍ଡ ଦିଆଯାଉ।”

Advertisment

ଗାଁର କରୁଣାକର ସାହୁ କହିଛନ୍ତି, “ଏଠି ରାତିରେ ମଦ ପିଆ ଚାଲିଛି। ତିନି ମାସ ହେବ ଏହି କାମ ଚାଲିଛି। ସରପଞ୍ଚଙ୍କ ସ୍ୱାମୀ ଏପରି କାର୍ଯ୍ୟ କରୁଛି। ସିଦ୍ଧାର୍ଥ ଶଙ୍କର ସାହୁଙ୍କ ଘରକୁ ମଦ ପିଇ ବୋତଲ ଫୋପଡ଼ାଯାଉଛି।  ଗାଁ ଲୋକେ ଓ ପୁଲିସ୍‌ ମଧ୍ୟ ବୋତଲ ଫୋପଡ଼ା ଯାଇଥିବା ଦେଖିଛନ୍ତି। ଯାହାକୁ ପୁଲିସ୍‌ ଘଣ୍ଟ ଘୋଡାଉଛି ତାକୁ ସାଧାରଣ ଲୋକେ କ’ଣ କରିବେ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe