/odisha-reporter/media/post_attachments/uploads/2020/06/police-1100.jpg)
police
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୁଲିସ୍ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ଜଣେ ନାବାଳିକାଙ୍କ ପରିବାର ଲୋକଙ୍କ ଅଗୋଚରରେ ପୁଲିସ୍ ତାଙ୍କ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି। ତେବେ ଅବସ୍ଥା ଗୁରୁତର ହେବାରୁ ନାବାଳିକାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ୍ର ସୂଚନାଅନୁସାରେ, ଜୁନ୍ ୧୪ ତାରିଖରେ ଅସହାୟ ଅବସ୍ଥାରେ ଜଣେ ନାବାଳିକା ବୀରମିତ୍ରପୁର ବସ୍ଷ୍ଟାଣ୍ଡ ନିକଟରେ ବୁଲୁଥିବା ଦେଖି ପୁଲିସ୍ ତାଙ୍କୁ ଉଦ୍ଧାର କରିଥିଲା। ଏହାପରେ ଘରେ ଛାଡ଼ି ଦେବାକୁ କହିବାରୁ ନାବାଳିକାଜଣକ ଘରକୁ ଯିବାକୁ ମନା କରି ଦେଇଥିଲେ। ସେ ଅସୁସ୍ଥ ଥିବାରୁ ଡାକ୍ତରଖାନା ନେବାକୁ କହିଥିଲେ। ହେଲେ ଡାକ୍ତରଖାନାରେ ସେ ଦୁଇ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା। ତେବେ ନାବାଳିକାଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ଏକ ସରକାରୀ ଚିକିତ୍ସାଳୟରେ ତାଙ୍କର ଗର୍ଭପାତ କରାଯାଇଥିବା ପୁଲିସ୍ କହିଛି।
ଏହାପରେ ୧୬ ତାରିଖରେ ନାବାଳିକାକୁ ବିଶ୍ରା ଚାଇଡ୍ ଲାଇନ୍ରେ ରଖାଯାଇଥିଲା। ହେଲେ ଗତକାଲି ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସରାକରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ସୂଚନା ପାଇ cwc ଗତକାଲି ନାବାଳିକାଙ୍କ ବୟାନ ରେକର୍ଡ କରିଥିଲା। ଆଜି ବି cwc ନାବାଳିକଙ୍କ ବୟାନ ରେକର୍ଡ କରିବ। କେଉଁ ପରିପେକ୍ଷୀରେ କାହାକୁ ଖବର ନଦେଇ ପୁଲିସ୍ ଜଣେ ନାବାଳିକାର ଗର୍ଭପାତ କରାଇଲା ଏହାର ଖୋଳତାଡ଼ ଆରମ୍ଭ ହୋଇଛି । ଏପରି ଏକ ସ୍ପର୍ଶକାତର ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ଶିଶୁ ମଙ୍ଗଳ ସମିତିର ଭାରପ୍ରାପ୍ତ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
