Advertisment

ଚୁଡ଼ି ପାଇଁ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର, କହିଲେ ଯାଅ ବଣିଆ ଦୋକାନରୁ କାଢ଼ି ଆସିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାରେ ଅବହେଳା ଅଭିଯୋଗ ହୋଇଛି। ଚୁଡି ପିନ୍ଧିଥିବା କାରଣରୁ ରୋଗୀଙ୍କୁ  ହାତରେ ପ୍ଲାଷ୍ଟର ନକରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ସୁକାନ୍ତି ସାହୁଙ୍କ ହାତ ଭାଙ୍ଗିଯାଇଥିଲା।  ରାତିରେ ଘର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ । ଏମରଜେନ୍ସିରେ ନର୍ମାଲ ବ୍ୟାଣ୍ଡେଜ କରାଇ ଆସନ୍ତାକାଲି ଆସି ଏକ୍ସରେ ଓ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ  ଡାକ୍ତର । ସକାଳ ୬ଟାରେ କ୍ୟାପିଟାଲ […]

ଅଦ୍ୟତନ ହୋଇଛି
ଚୁଡ଼ି ପାଇଁ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର, କହିଲେ ଯାଅ ବଣିଆ ଦୋକାନରୁ କାଢ଼ି ଆସିବ

7nm

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବାରେ ଅବହେଳା ଅଭିଯୋଗ ହୋଇଛି। ଚୁଡି ପିନ୍ଧିଥିବା କାରଣରୁ ରୋଗୀଙ୍କୁ  ହାତରେ ପ୍ଲାଷ୍ଟର ନକରି ଡାକ୍ତର ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ସୁକାନ୍ତି ସାହୁଙ୍କ ହାତ ଭାଙ୍ଗିଯାଇଥିଲା।  ରାତିରେ ଘର ଲୋକେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ ।

Advertisment

ଏମରଜେନ୍ସିରେ ନର୍ମାଲ ବ୍ୟାଣ୍ଡେଜ କରାଇ ଆସନ୍ତାକାଲି ଆସି ଏକ୍ସରେ ଓ ଚିକିତ୍ସା କରାଇବାକୁ ପରାମର୍ଶ ଦେଇଥିଲେ  ଡାକ୍ତର । ସକାଳ ୬ଟାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହେବାପରେ ଏକ୍ସରେ ହେଲା। ତେବେ ଚୁଡ଼ି ନ ଖୋଲି ଆସିଲେ ଆମେ ପ୍ଲାଷ୍ଟର  କରିବୁନି ବୋଲି ଡାକ୍ତର କହିଥିଲେ ବୋଲି ଅଭିଯୋଗ ହୋଇଛି ।

ସମ୍ପୃକ୍ତ ମହିଳାଙ୍କ ଝିଅ ସରଳରେଖା ସାହୁ କହିଛନ୍ତି ଯେ, ଆମେ ଡାକ୍ତରଙ୍କୁ ନିବେଦନ କଲୁ। ଆପଣଙ୍କ ପାଖରେ ଇନ୍‌ଷ୍ଟ୍ରୁମେଣ୍ଟ ଥିବ। ଆପଣ ଚୁଡ଼ି କାଟି ପ୍ଲାଷ୍ଟର କରି ଦିଅନ୍ତୁ। ଉତ୍ତରରେ ଡାକ୍ତର କହିଲେ ଯୁକ୍ତି କରନି। ବଣିଆ ଦୋକାନ ନେଇଯାଅ। ସେଠାରୁ ଚୁଡ଼ି କାଟି ଆସିଲେ ପ୍ଲାଷ୍ଟର କରାଯିବ। ଏମିତି କହି ଆମକୁ ଫେରାଇ ଦେଲେ ବୋଲି ମହିଳାଙ୍କ ଝିଅ କହିଛନ୍ତି। ସେପଟେ କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ କହିଛନ୍ତି,  ପ୍ଲାଷ୍ଟର ଉଦ୍ଦେଶ୍ୟରେ ଚୁଡ଼ି କାଢ଼ିବା ପାଇଁ ଏଠି ବ୍ୟବସ୍ଥା ରହିଛି , ଡାକ୍ତର ଏଥିପାଇଁ ମନା କରିବା ଯୁକ୍ତିଯୁକ୍ତ ନୁହେଁ ।

Advertisment
Medical Negligence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe