Advertisment

ନିଆଳି ଛେନାରେ ଅପମିଶ୍ରଣ ଅଭିଯୋଗ, ମାନ ଯାଞ୍ଚ କଲା ସିଏମସି

ନିଆଳି(ଓଡ଼ିଶା ରିପୋର୍ଟର): ନିଆଳିରୁ ଆସୁଥିବା ଛେନାରେ ବ୍ୟବସାୟମାନେ ଅପମିଶ୍ରଣ କରି ବିକ୍ରି କରୁଥିବା ଅଭିଯୋଗ ଆସିବା ପରେ ଛେନାର ମାନ ଯାଞ୍ଚ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ। ଗତକାଲି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଲିଙ୍କ୍ ରୋଡ଼ ସ୍ଥିତ ଛେନା ବ୍ୟବସାୟ ସ୍ଥଳରେ ପହଞ୍ଚି ସମସ୍ତ ଛେନାର ମାନ ଯାଞ୍ଚ କରିଥିଲେ। ଏହାସହ ଛେନାର ନମୁନା ସଂଗ୍ରହ କରାଯାଇ ସେଗୁଡିକୁ ଲ୍ୟାବକୁ ପଠାଯିବ ଓ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି […]

author-image
Tapaswini Nayak
ଅଦ୍ୟତନ ହୋଇଛି
ନିଆଳି ଛେନାରେ ଅପମିଶ୍ରଣ ଅଭିଯୋଗ, ମାନ ଯାଞ୍ଚ କଲା ସିଏମସି

PANEER_

ନିଆଳି(ଓଡ଼ିଶା ରିପୋର୍ଟର): ନିଆଳିରୁ ଆସୁଥିବା ଛେନାରେ ବ୍ୟବସାୟମାନେ ଅପମିଶ୍ରଣ କରି ବିକ୍ରି କରୁଥିବା ଅଭିଯୋଗ ଆସିବା ପରେ ଛେନାର ମାନ ଯାଞ୍ଚ କରିଛି ସିଏମସି ସ୍ୱାସ୍ଥ୍ୟ ବିଭାଗ। ଗତକାଲି କଟକ ମହାନଗର ନିଗମର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଲିଙ୍କ୍ ରୋଡ଼ ସ୍ଥିତ ଛେନା ବ୍ୟବସାୟ ସ୍ଥଳରେ ପହଞ୍ଚି ସମସ୍ତ ଛେନାର ମାନ ଯାଞ୍ଚ କରିଥିଲେ।

Advertisment

ଏହାସହ ଛେନାର ନମୁନା ସଂଗ୍ରହ କରାଯାଇ ସେଗୁଡିକୁ ଲ୍ୟାବକୁ ପଠାଯିବ ଓ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଥିଲା।

ପ୍ରତିଦିନ ନିଆଳି ଓ କାକଟପୁର ଅଞ୍ଚଳରୁ ୧୦୦ କୁଇଣ୍ଟାଲରୁ ଅଧିକ ଛେନା କଟକକୁ ଆସିଥାଏ। ଯାହା ସହର ଓ ଜିଲ୍ଲାର ବିଭିନ୍ନ ମିଠା ଦୋକାନକୁ ଯାଇଥାଏ। ଏହାଛଡ଼ା ପଡୋଶୀ ଜିଲ୍ଲାକୁ ମଧ୍ୟ ଯାଇଥାଏ ନିଆଳି ଛେନା। ତେବେ ଏହି ଛେନା ନିମ୍ନମାନର  ଓ ଏଥିରେ ବିଭିନ୍ନ ଜିନିଷ ଅପମିଶ୍ରିତ କରାଯାଉଛି ବୋଲି ଅଭିଯୋଗ ଆସିବା ପରେ ଗତକାଲି ସିମଏସି ପକ୍ଷରୁ ଏହାର ମାନ ପରୀକ୍ଷା କରାଯାଇଥିଲା।

Advertisment

ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର କହିଛନ୍ତି, ନିଆଳି ଓ କାକଟପୁର ଅଞ୍ଚଳରୁ ଆସୁଥିବା ଛେନାରେ ଅପମିଶ୍ରଣ ରହୁଥିବା ଆମ ପାଖରେ ଅଭିଯୋଗ ଆସିଥିଲା।  ଆମେ ଚଢ଼ାଉ କରି ଛେନାର ମାନ ପରୀକ୍ଷା କରିଛୁ। ଅନ୍ୟପଟେ ଏହି ଛେନାରେ କୌଣସି ଅପମିଶ୍ରିତ ନଥିବା କହିଛନ୍ତି ବ୍ୟବସାୟୀ।