Advertisment

ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ବଦଳ ଅଭିଯୋଗ

ସୋନପୁର (ରବୀନ୍ଦ୍ର ହୋତା): ପୁଣି ଚର୍ଚ୍ଚାର ପରିସରରକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା। କିଛି ଦିନ ତଳେ ଏହି ହସପିଟାଲରୁ ଏକ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଥିବା ବେଳେ ଏବେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ ଉଲୁଣ୍ଡା ବ୍ଲକ ଗଣ୍ଡପାଲି ଗାଁର ବନିତା ଝାଙ୍କରଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୨୪ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଶିଶୁ ବଦଳ ଅଭିଯୋଗ

Police

ସୋନପୁର (ରବୀନ୍ଦ୍ର ହୋତା): ପୁଣି ଚର୍ଚ୍ଚାର ପରିସରରକୁ ଆସିଛି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା। କିଛି ଦିନ ତଳେ ଏହି ହସପିଟାଲରୁ ଏକ ନବଜାତ ଶିଶୁକନ୍ୟା ଚୋରି ହୋଇଥିବା ଅଭିଯୋଗ ଆସିଥିବା ବେଳେ ଏବେ ଶିଶୁ ଅଦଳବଦଳ ଅଭିଯୋଗ ଆସିଛି। ଅଭିଯୋଗ ପାଇବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି।

Advertisment

ଅଭିଯୋଗ ଅନୁସାରେ ଉଲୁଣ୍ଡା ବ୍ଲକ ଗଣ୍ଡପାଲି ଗାଁର ବନିତା ଝାଙ୍କରଙ୍କ ଗର୍ଭଯନ୍ତ୍ରଣା ହେବାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୨୪ ତାରିଖରେ ବନିତା ମା’ ହୋଇଥିଲେ। ବନିତାଙ୍କର ଏକ ଶିଶୁପୁତ୍ର ହୋଇଥିବା ଜଣେ ହସ୍‌ପିଟାଲ୍‌ କର୍ମଚାରୀ ତାଙ୍କ ସଂପର୍କୀୟମାନଙ୍କୁ କହିଥିଲେ। କିନ୍ତୁ କିଛି ସମୟ ପରେ କହିଥିଲେ ଯେ ବନିତା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି। ତେଣୁ ଶିଶୁ ବଦଳ କରାଯାଇଥିବା ଅଭିଯୋଗ ହୋଇଛି।

ବନିତାଙ୍କ ମା’ ଟେଭା ମାହାଲିକ କହିଛନ୍ତି, ତୁମର ପୁଅଟେ ହୋଇଛି, ଆସ ଦେଖିଯାଅ ବୋଲି କହିଲେ। କିନ୍ତୁ କିଛି ସମୟ ପରେ ଆସି କହିଲେ ତୁମର ଝିଅଟେ ହୋଇଛି। ପୁଅ ହେଲା କି ଝିଅ ହେଲା, ଆମେ ସଠିକ୍‌ଟା ଜାଣିପାରୁନୁ। ଆମେ ଦ୍ୱନ୍ଦ୍ୱରେ ଅଛୁ।

Advertisment

ବନିତାଙ୍କ ସ୍ୱାମୀ ବିଶିକେସନ ଝାଙ୍କର କହିଛନ୍ତି, ପ୍ରଥମେ କହିଲେ ପୁଅଟେ ହୋଇଛି। ପ୍ରାୟ ୨୦ ମିନିଟ୍ ପରେ ଆସି କହିଲେ ଝିଅ ହୋଇଛି। ତେଣୁ ଏହାର ଯାଞ୍ଚ ହେଉ ବୋଲି ଆମେ ଚାହୁଁଛୁ।

Medical Negligence