ଆଜି ଝାରସୁଗୁଡ଼ାରୁ ଉଡ଼ିଲା ବିମାନ

ଝାରସୁଗୁଡ଼ା(ଭାଗିରଥୀ ସାହୁ): ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ Alliance ଏୟାର ବିମାନ ସେବା ଆରମ୍ଭ ହୋଇଛି । ଏହି କମ୍ପାନୀର ବିମାନ କୋଲକାତାରୁ ଆସି ସକାଳ ୭ଟା ୩୫ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଥିଲା।  ଝାରସୁଗୁଡ଼ାରୁ ବିମାନଟି  ୮ଟା ୧୦ରେ ଉଡ଼ାଣ ଆରମ୍ଭ କରିଥିଲା।  ଏହା ସକାଳ ୯ଟା ୧୫ରେ ଭୁବନେଶ୍ୱରରେ ପହଞ୍ଚିବ।

ସେହିପରି ଭୁବନେଶ୍ୱରରୁ ୯ଟା ୪୫ରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ାରେ ପହଞ୍ଚିବ। ଏହାସହିତ ଝାରସୁଗୁଡ଼ାରୁ ୧୧ଟା ୩୦ରେ ବାହାରି ଦିନ ୧ଟାରେ କୋଲକାତାରେ ପହଞ୍ଚିବ। ଏନେଇ ଏଲାଏନ୍ସ ଏୟାର ଷ୍ଟେସନ ମ୍ୟାନେଜର ଅଭିଜିତ ଶତପଥୀ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଗତ ୨୫ ତାରିଖରୁ ସ୍ପାଇସ ଜେଟ୍ କେବଳ ଝାରସୁଗୁଡାରୁ ହାଇଦ୍ରାବାଦ ଏବଂ ନୂଆଦିଲ୍ଲୀକୁ ବିମାନ ଚଳାଚଳ କରୁଛି।  କରୋନା ମୁକାବିଲା ପାଇଁ  ବିମାନ ସେବା ସାମୟିକ ଭାବେ ବନ୍ଦ ରହିଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।