Advertisment

ଠିକାଦାରଙ୍କ ଅଭିଯୋଗ: ପୂର୍ବରୁ ୫ ଲକ୍ଷ ନେଲେଣି, ଏବେ ମାଗୁଛନ୍ତି ୨ ଲକ୍ଷ

ଜଳେଶ୍ୱର(ଅଜିତ୍‌ ଦାସ):  ନିର୍ବାଚନ ଆଗରୁ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର । ସେ ପିସି ନେଉଥିବା ଅଭିଯୋଗ କରିଛନ୍ତି ଜଣେ ଠିକାଦାର। ଟେଣ୍ଡର ଦେବା ନେଇ ସେ କାଳେ ୨ ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର ଲୋକନାଥ ଜେନା। ଲୋକନାଥ ତାଙ୍କୁ ଟଙ୍କା ନ ଦେବାରୁ ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏପରିକି ଜାତିଆଣ ମନ୍ତବ୍ୟ ଦେଇଛନ୍ତି ବୋଲି ନିଜ ଏଫ୍‌ଆଇଆର୍‌ରେ ଉଲ୍ଲେଖ […]

ଠିକାଦାରଙ୍କ ଅଭିଯୋଗ: ପୂର୍ବରୁ ୫ ଲକ୍ଷ ନେଲେଣି, ଏବେ ମାଗୁଛନ୍ତି ୨ ଲକ୍ଷ

okmla

Advertisment

ଜଳେଶ୍ୱର(ଅଜିତ୍‌ ଦାସ):  ନିର୍ବାଚନ ଆଗରୁ ବିବାଦରେ ଛନ୍ଦି ହୋଇ ପଡିଛନ୍ତି ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର । ସେ ପିସି ନେଉଥିବା ଅଭିଯୋଗ କରିଛନ୍ତି ଜଣେ ଠିକାଦାର। ଟେଣ୍ଡର ଦେବା ନେଇ ସେ କାଳେ ୨ ଲକ୍ଷ ଟଙ୍କା ମାଗୁଛନ୍ତି ବୋଲି ଜଳେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଠିକାଦାର ଲୋକନାଥ ଜେନା। ଲୋକନାଥ ତାଙ୍କୁ ଟଙ୍କା ନ ଦେବାରୁ ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି । ଏପରିକି ଜାତିଆଣ ମନ୍ତବ୍ୟ ଦେଇଛନ୍ତି ବୋଲି ନିଜ ଏଫ୍‌ଆଇଆର୍‌ରେ ଉଲ୍ଲେଖ କରିଛନ୍ତି ଜେନା।

Advertisment

publive-image

ସନ୍ତୋଷପୁର ଗ୍ରାମର ଠିକାଦାର ଲୋକନାଥ କୁହନ୍ତି,

୨୦ ଲକ୍ଷ ୩୧ ହଜାର ୭୫୨ଟଙ୍କାର ଏକ ସ୍କୁଲ ଗୃହ କାମ ମୋତେ ମିଳିଛି। ଯାହାର କାମ ଆରମ୍ଭ କରିବାକୁ ମୁଁ ପ୍ରକଳ୍ପ ନିର୍ମାଣ ସ୍ଥଳକୁ ଯାଇଥିଲି। ହେଲେ ସେଠାରେ ପୂର୍ବରୁ ଉପସ୍ଥିତ ଥିଲେ ବିଧାୟକ ଜେନା ଓ ତାଙ୍କ ସମର୍ଥକ। ସେ ମୋତେ ସେଠି ଗାଳିଗୁଲଜ କରି ମୋତେ ଟେଣ୍ଡର ଦିଆଯିବାକୁ ନେଇ ଆପତ୍ତି ଉଠାଇବା ସହ ଛୋଟ ଜାତିର ଲୋକ ବୋଲି କହି ଖରାପ ବ୍ୟବହାର କରିଥିଲେ।

ଏ ସମ୍ପର୍କରେ ଜେନାଙ୍କୁ ଯୋଗାଯୋଗ କରିବାରୁ ସେ ବିଧାୟକ ପାତ୍ର ପିସି ନିଅନ୍ତି ବୋଲି ଅଭିଯୋଗ କରିଛନ୍ତି। ଏପରିକି ପୂର୍ବରୁ ସେ ପ୍ରାୟ ୫ ଲକ୍ଷ ଟଙ୍କା ତାଙ୍କଠାରୁ ନେଇ ସାରିଥିବା ବେଳେ ଏଣିକି ୨ ଲକ୍ଷ ଟଙ୍କା ମାଗିଛନ୍ତି ବୋଲି କହିଛନ୍ତି।

Advertisment

ତେବେ ଏନେଇ ଠିକାଦାର ଗତ ମାର୍ଚ୍ଚ ୧୦ ତାରିଖ ବିଳମ୍ବିତ ରାତିରେ ଜଳେଶ୍ୱର ଥାନାରେ  ଏତଲା ଦେଇଛନ୍ତି ।

ହେଲେ ବିଧାୟକ ପାତ୍ର ଅଭିଯୋଗ ଭିତ୍ତିହୀନ ବୋଲି କହିବା ସହ ଅଭିଯୁକ୍ତ ଜଣେ ମାନସିକ ଭାରସାମ୍ୟ ହରାଇଥିବା ଠିକାଦାର ବୋଲି କହିଛନ୍ତି। ପୂର୍ବରୁ ସେ ଏମିତି ଅନେକ ଲୋକଙ୍କ ନାମରେ ଅଭିଯୋଗ କରିଛନ୍ତି, ଏଣୁ ଏଥିରେ କିଛି ନୂଆ ନାହିଁ ବୋଲି ସେ କହିଛନ୍ତି। ତେବେ ଘଟଣାଦିନ ସେ କେବଳ ତୁରନ୍ତ କାମ କରିବା ନେଇ ତାଗିଦ୍‌ କରିଥିଲେ, କୌଣସି ଗାଳିଗୁଲଜ କରି ନାହାନ୍ତି ବୋଲି କହିଛନ୍ତି।

ଜଳେଶ୍ୱର ପୁଲିସ୍‌ ଅଭିଯୋଗର ତଦନ୍ତ କରୁଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe