/odisha-reporter/media/post_attachments/uploadimage/library/16_9/16_9_0/IMAGE_1684668607.jpg)
Old age pension
ଆସନ୍ତା ଜୁନ ମାସରୁ ବନ୍ଦ ହେବ DBT ମୋଡ୍। ମଧୁବାବୁ ପେନସନ୍ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ। ଜୁନ ମାସରୁ ଏହା ସମ୍ପୂର୍ଣ୍ଣ କ୍ୟାସ ଆକାରରେ ଦିଆଯିବ। ପ୍ରତି ମାସରେ ୧୫ ତାରିଖରେ ଏହି ଭତ୍ତା ଦିଆଯିବ। ଯେଉଁ ବୃଦ୍ଧ ଓ ବୃଦ୍ଧାମାନେ ଅକ୍ଷମ ଏବଂ ଦିବ୍ୟାଙ୍ଗ ସେମାନଙ୍କୁ ସେମାନଙ୍କ ଘରେ ଦିଆଯିବ ଟଙ୍କା। ଭତ୍ତା ବଣ୍ଟନରେ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ସହଯୋଗ କରିବେ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ଏହି ସୂଚନା ଦେଇଛନ୍ତି।
ପୂର୍ବରୁ DBT ମାଧ୍ୟମରେ ଭତ୍ତା ଦେବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ। ହେଲେ କୋଭିଡ୍ ବେଳେ ଅନୁଦାନ କାଟିବାରୁ ରାଜ୍ୟ ସରକାର ନିଜେ ଦେଉଛନ୍ତି।
ସୂଚନାରୁ ପ୍ରକାଶ, ଅନେକ ସମୟରେ ଦେଖାଯାଇଛି ଅସହାୟ ଓ ବୃଦ୍ଧବୃଦ୍ଧାମାନେ ବ୍ୟାଙ୍କକୁ ଯାଇ ନାନା ହଟହଟା ହେଉଛନ୍ତି। ଦୁଇ ଦିନ ତଳେ ଜଣେ ବୃଦ୍ଧ ଭତ୍ତା ଟଙ୍କା ବ୍ୟାଙ୍କରୁ ଉଠାଇ ଘରକୁ ଫେରୁଥିବା ବେଳେ ରାସ୍ତାରେ ଚେତା ହରାଇ ପଡ଼ି ଯାଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟର ଆଲୋଡନ ଖେଳାଇ ଦେଇଥିଲା। ଏଥିପାଇଁ ସରକାରଙ୍କ ଭାବମୂର୍ତ୍ତି ବିଗୁଡ଼ୁଥିବା ଆଲୋଚନା ହେଉଥିଲା। ତେଣୁ ସରକାର ଡିବି ମୋଡ୍କୁ ଖତମ କରି ବୃଦ୍ଧ ଓ ବୃଦ୍ଧାଙ୍କ ହାତରେ ଟଙ୍କା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
