Advertisment

ସୌମ୍ୟଙ୍କୁ ନେଇଥିବା ଡ୍ରାଇଭରଙ୍କ ଖୁଲାସା- ମ୍ୟାଡମଙ୍କ ନିର୍ଦ୍ଦେଶରେ ଅଟକିଥିଲା ଆମ୍ବୁଲାନ୍ସ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପୋଡ଼ି ହେବା ପରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା? ଏହାକୁ ନେଇ ଖୋଳତାଡ଼ ଜାରି ରହିଥିବା ବେଳେ ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି। ଡ୍ରାଇଭର ଦୟାନିଧି ସାଗର କହିଛନ୍ତି, ଘଟଣା ଦିନ ମେଡିକାଲରୁ ବାହାରୁ ବାହାରୁ ରାତି ସାଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା। ଏହି ସମୟରେ ଗାଡ଼ିରେ ଜଣେ ପାଇଲଟ ଡ୍ରାଇଭର, […]

author-image
Niharika Rout
ଅଦ୍ୟତନ ହୋଇଛି
ସୌମ୍ୟଙ୍କୁ ନେଇଥିବା ଡ୍ରାଇଭରଙ୍କ ଖୁଲାସା- ମ୍ୟାଡମଙ୍କ ନିର୍ଦ୍ଦେଶରେ ଅଟକିଥିଲା ଆମ୍ବୁଲାନ୍ସ

Ambulance Driver

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ପୋଡ଼ି ହେବା ପରେ ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ କଟକ ନେଇ ଯାଉଥିବା ଆମ୍ବୁଲାନ୍ସ ଫରେଷ୍ଟ ଛକରେ କାହିଁକି ଓ କାହା ନିର୍ଦ୍ଦେଶରେ ଅଟକିଥିଲା? ଏହାକୁ ନେଇ ଖୋଳତାଡ଼ ଜାରି ରହିଥିବା ବେଳେ ଉକ୍ତ ଆମ୍ବୁଲାନ୍ସର ଡ୍ରାଇଭର ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି।

Advertisment

ଡ୍ରାଇଭର ଦୟାନିଧି ସାଗର କହିଛନ୍ତି, ଘଟଣା ଦିନ ମେଡିକାଲରୁ ବାହାରୁ ବାହାରୁ ରାତି ସାଢ଼େ ୧୧ରୁ ୧୨ଟା ହୋଇ ଯାଇଥିଲା। ଏହି ସମୟରେ ଗାଡ଼ିରେ ଜଣେ ପାଇଲଟ ଡ୍ରାଇଭର, ଫାର୍ମାସିଷ୍ଟ ଓ ପେସେଣ୍ଟ ଥିଲେ। ପେସେଣ୍ଟ ସହ କହି ନ ଥିବାରୁ ଫରେଷ୍ଟ ଗେଟ୍ ପାଖରେ ଅଟକିବାକୁ ଜଣେ ପୁଲିସ୍‌ ଡ୍ରେସ୍‌ ପିନ୍ଧିଥିବା ମହିଳା ଅଫିସର କହିଥିଲେ। ତେଣୁ ସେଠାରେ ଗାଡ଼ି ୧୦ରୁ ୧୫ ମିନିଟ  ଅଟକି ଥିଲା। ଏହାପରେ କିଛି ବ୍ୟାଗ ଧରି ପେସେଣ୍ଟଙ୍କ ପତ୍ନୀ ଆସିବା ପରେ ଆମ୍ବୁଲାନ୍ସ ଫରେଷ୍ଟ ଗେଗ୍‌ ଛକରୁ ବାହାରିଥିଲା।

ସେ କହିଛନ୍ତି, ଆମ୍ବୁଲାନ୍ସ ପଛରେ ଗୋଟିଏ ବୋଲେରୋ ବି ଚାଲିଥିଲା । ଗୋଷାଣି ଛକରେ ଜଣେ ବ୍ୟକ୍ତି ବୋଲେରୋରୁ ଆସି ଆମ୍ବୁଲାନ୍ସରେ ବସିଲେ। ଗୋପାଳପୁର ଛକରେ ୨ ମିନିଟ୍‌ ପାଇଁ ରହି ଏସ୍‌ସିବି ଯିବା ନା ବ୍ରହ୍ମପୁର ଯିବା ବୋଲି ପେସେଣ୍ଟଙ୍କ ପତ୍ନୀଙ୍କୁ ପଚାରିଥିଲି। ହେଲେ ସିଧା କଟକ ଯିବା ବୋଲି ସେ କହିବାରୁ ଆମେ କଟକ ଅଭିମୁଖେ ଯାଇଥିଲୁ। ସକାଳ ସାଢ଼େ ୬ଟାରୁ ସାଢ଼େ ୭ଟା ମଧ୍ୟରେ ଆମ୍ବୁଲାନ୍ସ ଏସସିବିରେ ପହଞ୍ଚିଥିଲା।”

Advertisment

ଦୟାନିଧିଙ୍କୁ ଗତକାଲି ବିଳମ୍ବିତ ରାତିରେ ପାରଳାଖେମୁଣ୍ଡି ପୁଲିସ୍ ଜେରା କରିଥିବା ବେଳେ ସେ ଏହି ସବୁ କଥା କହିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଜେରା ହେବେ ଡିଏଫ୍‌ଓ ଏବଂ ମ୍ୟାଡମ

ସୌମ୍ୟଙ୍କ ମୃତ୍ୟୁ ଘଟଣାକୁ ୧୧ ଦିନ ପୂରିବାକୁ ବସିଥିବା ବେଳେ ଆଜି ଯାଏ ଅଭିଯୁକ୍ତକୁ ଧରିପାରିନି ପୁଲିସ୍‌। ଏହି ଘଟଣାରେ ଡିଏଫଓଙ୍କ ସମ୍ପୃକ୍ତି ନେଇ ସୌମ୍ୟଙ୍କ ପରିବାର ଲୋକ ପ୍ରଥମରୁ ଅଭିଯୋଗ କରି ଆସୁଥିବା ବେଳେ ଆଜି ତାଙ୍କୁ ଜେରା କରାଯିବାର ସମ୍ଭାବନା ରହିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଓ ପାରଳେଖେମୁଣ୍ଡି ପୁଲିସ୍‌ ଟିମ୍‌ ମିଳିତ ଭାବେ ଡିଏଫଓଙ୍କୁ ଜେରା କରିବେ ବୋଲି ଜଣାଯାଇଛି। ସେହିପରି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡା କ’ଣ ପାଇଁ ପାରଳାଖେମୁଣ୍ଡି ମେଡିକାଲ ଆସିଥିଲେ, କ’ଣ ପାଇଁ ଆମ୍ବୁଲାନ୍ସକୁ ଅଟକିବାକୁ କହିଥିଲେ, ସେ ନେଇ ଆଜି ତାଙ୍କୁ ବି ପଚରାଉଚରା କରାଯିବ।

ଅପରପକ୍ଷେ, ଗତକାଲି ଦକ୍ଷିଣାଞ୍ଚଳ ଡିଆଇଜି, ପାରଳାଖେମୁଣ୍ଡି ପୁଲିସ୍‌ ଓ କ୍ରାଇମବ୍ରାଞ୍ଚ ଟିମ୍‌ ସୌମ୍ୟଙ୍କ ସରକାରୀ ବାସଭବନକୁ ଛାନଭିନ କରିବା ପରେ ସେଠାରେ ହିଁ କ୍ରାଇମ ଘଟିଥିଲା ବୋଲି ସ୍ପଷ୍ଟ କରିଛନ୍ତି। ଘଟଣାସ୍ଥଳରେ ପୋଡ଼ା ଚିହ୍ନ ଥିବା ବେଳେ ମଶା ନେଟ ପୋଡ଼ି ଯାଇଥିବା ଗତକାଲି କହିଥିଲେ କ୍ରାଇମବ୍ରାଞ୍ଚ ଡିଏସ୍‌ପି। ଏହାପରେ ତଦନ୍ତକୁ ଜୋରଦାର କରାଯାଇ ମୁଖ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି।

ACFO Death