ବିଳମ୍ବ କଲା ଆମ୍ୱୁଲାନ୍ସ; ଭାରରେ ବୁହା ହେଲେ ରୋଗୀ

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ପୁଣି ଭାରରେ ବୁହା ହେଲେ ରୋଗୀ। ଏହି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସୁନାଖଣ୍ଡି ପଞ୍ଚାୟତର କାଡ୍ରାକାବଣ୍ଡେଳୀ ଗାଁରେ। ଗାଁର ୧୨ ବର୍ଷୀୟ କାଡ୍ରାକା ଲକେ ୧୫ ଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଝାଡ଼ା ଓ ପରିସ୍ରା ବନ୍ଦ ହୋଇଯାଇଥିଲା। ତେଣୁ ପରିବାର ଲୋକେ ତାଙ୍କୁ ୭ ଦିନ ତଳେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆଉ ଔଷଧ ଧରି ଘରକୁ ଫେରି ଆସିଥିଲେ। ହେଲେ […]

rayagada

rayagada

Jyoshna Pradhan
  • Published: Monday, 23 March 2020
  • Updated: 23 March 2020, 01:03 PM IST

କଲ୍ୟାଣସିଂହପୁର (ମାଉଡ଼ି ବାରିକ): ପୁଣି ଭାରରେ ବୁହା ହେଲେ ରୋଗୀ। ଏହି ଚିତ୍ର ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସୁନାଖଣ୍ଡି ପଞ୍ଚାୟତର କାଡ୍ରାକାବଣ୍ଡେଳୀ ଗାଁରେ।

ଗାଁର ୧୨ ବର୍ଷୀୟ କାଡ୍ରାକା ଲକେ ୧୫ ଦିନ ତଳେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କର ଝାଡ଼ା ଓ ପରିସ୍ରା ବନ୍ଦ ହୋଇଯାଇଥିଲା। ତେଣୁ ପରିବାର ଲୋକେ ତାଙ୍କୁ ୭ ଦିନ ତଳେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଆଉ ଔଷଧ ଧରି ଘରକୁ ଫେରି ଆସିଥିଲେ। ହେଲେ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ  ଫୋନ୍ କରିଥିଲେ। ହେଲେ ଆମ୍ୱୁଲାନ୍ସ ଆସିବାରେ ୪ ଘଣ୍ଟା ବିଳମ୍ୱ ହେବାରୁ କାଡ୍ରାକା ଲକେଙ୍କୁ ପରିବାର ଲୋକେ ଭାରରେ ୮ କିଲୋମିଟର ବୋହି ଡାକ୍ତରଖାନା ଆଣୁଥିଲେ। ଡାକ୍ତରଖାନାଠାରୁ ମାତ୍ର ୨ କିମି ଦୂରରେ ସେମାନେ ଆମ୍ୱୁଲାନ୍ସକୁ ଦେଖିଥିଲେ। ଏହାପରେ ଆମ୍ୱୁଲାନ୍ସରେ କାଡ୍ରାକା ଲକେଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଏବେ ସେ ଏଠାରେ ଭର୍ତ୍ତି ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos