Advertisment

ଆସି ପାରିଲାନି ଆମ୍ୱୁଲାନ୍ସ; ଭାରରେ ବୁହା ହେଲେ ପ୍ରସୂତି

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ନୂଆଗୁଡ଼ା ପଞ୍ଚାୟତର ପାଳିଗୁଡ଼ା ଗାଁରେ ଜନନୀ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଛି। ଗତକାଲି ଗାଁର ଭୀଷ୍ମ ହାନ୍ତାଳଙ୍କ ସ୍ତ୍ରୀ ଢମୁନି ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ।  ତେଣୁ ଭୀଷ୍ମ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁର ରାସ୍ତା ଭଲ ନଥିବାରୁ ଆମ୍ୱୁଲାନ୍ସ ୩ କିମି ଦୂର ରଥଗୁଡ଼ାଠାରେ ଅଟକି ରହିଥିଲା। ଫଳରେ କୌଣସି ଉପାୟ ନପାଇ ଢମୁନିଙ୍କ ପରିବାର ଲୋକେ ଏକ ଭାରରେ  ତାଙ୍କୁ  ତିନି କିଲୋମିଟର […]

ଆସି ପାରିଲାନି ଆମ୍ୱୁଲାନ୍ସ; ଭାରରେ ବୁହା ହେଲେ ପ୍ରସୂତି

bbsr

Advertisment

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ନୂଆଗୁଡ଼ା ପଞ୍ଚାୟତର ପାଳିଗୁଡ଼ା ଗାଁରେ ଜନନୀ ଯନ୍ତ୍ରଣାର ଚିତ୍ର ଦେଖିବାକୁ ମିଳିଛି। ଗତକାଲି ଗାଁର ଭୀଷ୍ମ ହାନ୍ତାଳଙ୍କ ସ୍ତ୍ରୀ ଢମୁନି ଗର୍ଭଯନ୍ତ୍ରଣା ଅନୁଭବ କରିଥିଲେ।  ତେଣୁ ଭୀଷ୍ମ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ଗାଁର ରାସ୍ତା ଭଲ ନଥିବାରୁ ଆମ୍ୱୁଲାନ୍ସ ୩ କିମି ଦୂର ରଥଗୁଡ଼ାଠାରେ ଅଟକି ରହିଥିଲା। ଫଳରେ କୌଣସି ଉପାୟ ନପାଇ ଢମୁନିଙ୍କ ପରିବାର ଲୋକେ ଏକ ଭାରରେ  ତାଙ୍କୁ  ତିନି କିଲୋମିଟର ବୋହି ଆମ୍ୱୁଲାନ୍ସ ଥିବା ସ୍ଥାନକୁ ଆଣିଥିଲେ। ଏଥିସହ ଆମ୍ୱୁଲାନ୍ସର ୩ ଜଣ କର୍ମଚାରୀ ମଧ୍ୟ ତାଙ୍କୁ ସହାୟତା କରିଥିଲେ। ସେଠାରୁ ଢମୁନିଙ୍କୁ ଆମ୍ବୁଲାନ୍ସରେ ଚିତ୍ରକୋଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି  କରାଯାଇଥିଲା ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ଥିବା ଜଣାପଡ଼ିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe