Advertisment

ଆମ୍ୱୁଲାନ୍ସ ଧକ୍କାରେ ଗଲା ୩ ଜୀବନ

ବାଲିଗୁଡ଼ା(ଅଜିତ ନାୟକ): ରୋଗୀ ନେଇ ଯାଉଥିବା ଏକ ଆମ୍ୱୁଲାନ୍ସ ବାଇକ୍‌କୁ ଧକ୍କା ଦେଇଛି। ଫଳରେ ବାଇକ୍‌ ଆରୋହୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ୫୯ ଜାତୀୟ ରାଜପଥଠାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଭବାନୀପାଟଣାରୁ ରୋଗୀ ଧରି ଏକ ଆମ୍ୱୁଲାନ୍ସ ବ୍ରହ୍ମପୁର ମେଡିକାଲ୍‌କୁ ଯାଉଥିଲା। ତେବେ ଆମ୍ୱୁଲାନ୍ସଟି କନ୍ଧମାଳ […]

author-image
Manoranjan Sial
ଆମ୍ୱୁଲାନ୍ସ ଧକ୍କାରେ ଗଲା ୩ ଜୀବନ

ambulance-hit-bike

ବାଲିଗୁଡ଼ା(ଅଜିତ ନାୟକ): ରୋଗୀ ନେଇ ଯାଉଥିବା ଏକ ଆମ୍ୱୁଲାନ୍ସ ବାଇକ୍‌କୁ ଧକ୍କା ଦେଇଛି। ଫଳରେ ବାଇକ୍‌ ଆରୋହୀଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ୫୯ ଜାତୀୟ ରାଜପଥଠାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।

Advertisment

ଭବାନୀପାଟଣାରୁ ରୋଗୀ ଧରି ଏକ ଆମ୍ୱୁଲାନ୍ସ ବ୍ରହ୍ମପୁର ମେଡିକାଲ୍‌କୁ ଯାଉଥିଲା। ତେବେ ଆମ୍ୱୁଲାନ୍ସଟି କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ୍‌ ମୁଣ୍ଡିଗଡ଼ ୫୯ ଜାତୀୟ ରାଜପଥଠାରେ ସମ୍ମୁଖରୁ ଆସୁଥିବା ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଫଳରେ ମୁଣ୍ଡିଗଡ଼ ଗାଁର ବାଇକ୍‌ ଚାଳକ ପ୍ରଭାତ ବଡ଼ସେଠ, ନିଳିମା ସାନମାଝୀ ଓ ଜଣେ ଛୋଟ ପିଲାଙ୍କ ମୃତ୍ୟୁ ଘଟିଛି। ତେବେ ବାଇକ୍‌ରେ ବସିଥିବା ରିବିକା ମାଝି ଓ ଅନ୍ୟ ଜଣେ ପିଲା ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ କ୍ଷତିପୂରଣ ଦାବିରେ ଦୁର୍ଘଟଣା ଘଟାଇଥିବା ଆମ୍ୱୁଲାନ୍ସକୁ ଅଟକାଇ ରାସ୍ତାରୋକ କରିଛନ୍ତି। ଯାହାଫଳରେ ଗାଡ଼ିଚଳାଚଳ ଏକ ପ୍ରକାର ଠପ୍‌ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି। ମାତ୍ର ଆନ୍ଦୋଳନକାରୀମାନେ ନିଜ ଜିଦ୍‌ରେ ଅଟଳ ଅଛିନ୍ତି। ଏବେବି ରାସ୍ତାରୋକ ଆନ୍ଦୋଳନ ଚାଲିଛି।

Advertisment