/odisha-reporter/media/post_attachments/uploads/2020/10/green-5.jpg)
green-5
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗୁରୁତର ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ହେଲା ଗ୍ରୀନ କରିଡର୍ । ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲ୍ରୁ ବିଜୁ ପଟ୍ଟନାୟକ ଅର୍ନ୍ତଜାତୀୟ ବିମାନ ବନ୍ଦର ଯାଏ ଗ୍ରୀନ୍ କରିଡରରେ ଗଲା ଆମ୍ବୁଲାନ୍ସ । ଏଥିପାଇଁ ପ୍ରାୟ ସାଢ଼େ ୬ କିଲୋମିଟର୍ ରାସ୍ତାର ଟ୍ରାଫିକ୍କୁ ଅଟକା ଯାଇଥିଲା ।
ନୟାପଲ୍ଲୀ, ସିଆରପି, ଏଜି ଛକ ଦେଇ ଭୁବନେଶ୍ୱର ବିମାନ ବନ୍ଦର ଯାଏ ଆମ୍ବୁଲାନ୍ସକୁ କଡ଼ା ସୁରକ୍ଷା ଭିତରେ ନିଆଯାଇଥିଲା । ପ୍ରାୟ ସାଢ଼େ ୬ କିଲୋମିଟର୍ ରାସ୍ତାର ଟ୍ରାଫିକ୍କୁ ଅଟକା ଯାଇଥିଲା । ଦୁଇ ପାର୍ଶ୍ୱରେ ଗାଡ଼ିକୁ ବନ୍ଦ କରି ଟ୍ରାଫିକ୍କୁ କ୍ଲିଅର୍ କରିଥିଲା ପୁଲିସ୍ । ଏହାପରେ ଭୁବନେଶ୍ୱର ବିମାନ ବନ୍ଦରରୁ ହାଇଦ୍ରାବାଦ୍ ବିମାନ ବନ୍ଦରକୁ ଏୟାର ଆମ୍ବୁଲାନ୍ସ ଯୋଗେ ରୋଗୀଙ୍କୁ ନିଆଯାଇଛି।
ସୂଚନା ମୁତାବକ, ପୁରୀ ଜିଲ୍ଲାର ଜଣେ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ହାଇଦ୍ରାବାଦ୍ ନିଆଯାଉଛି । କରୋନାରୁ ସୁସ୍ଥ ହେବା ପରେ ସଂପୃକ୍ତ ରୋଗୀଙ୍କ ସଂକ୍ରମଣ ବଢ଼ିଥିଲା ଫୁସ୍ଫୁସ୍ରେ ସଂକ୍ରମଣ ହେବାରୁ ଅବସ୍ଥା ସଂକଟାପନ୍ନ ରହିଛି । ତେବେ କରୋନାରୁ ସୁସ୍ଥ ହେବା ପରେ ରୋଗୀଙ୍କ ଶରୀରରେ ଭୁବନେଶ୍ୱରରେ କୃତ୍ରିମ ଫୁସଫୁସ୍ ଲଗାଯାଇଛି ।
ଅଧିକ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲ ନିଆଯାଉଛି । ଭୁବନେଶ୍ୱରରୁ ହାଇଦ୍ରାବାଦ ବିମାନରେ ଲାଗିବ ଦେଢ଼ରୁ ଦୁଇ ଘଣ୍ଟା
ହାଇଦ୍ରାବାଦ ବିମାନ ବନ୍ଦରରୁ ଘରୋଇ ହସ୍ପିଟାଲ ୫ ମିନିଟ୍ର ରାସ୍ତା । ହାଇଦ୍ରାବାଦ୍ରେ ବି ରୋଗୀଙ୍କ ପାଇଁ ଗ୍ରୀନ୍ କରିଡର୍ ବ୍ୟବସ୍ଥା ହୋଇଛି । ସେଠକାର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କ ଚିକିତ୍ସା କରାଯିବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
