Advertisment

ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରୀ ଓ ସଲିସିଟର ଜେନେରାଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରୀ ରଣଜିତ କୁମାର। ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ଆମିକସ୍‌ କ୍ୟୁରୀ ରଣଜିତ କୁମାର କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଆସନ୍ତାକାଲି ପୁରୀ ଯିବୁ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବୁ ବୋଲି ସେ କହିଛନ୍ତି। ଆସନ୍ତାକାଲି ସେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭଙ୍ଗା […]

author-image
Manoranjan Sial
ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରୀ ଓ ସଲିସିଟର ଜେନେରାଲ

bbsr

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଲେ ଆମିକସ୍‌କ୍ୟୁରୀ ରଣଜିତ କୁମାର। ତାଙ୍କ ସହ ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ଆମିକସ୍‌ କ୍ୟୁରୀ ରଣଜିତ କୁମାର କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆମେ ଆସନ୍ତାକାଲି ପୁରୀ ଯିବୁ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ କାର୍ଯ୍ୟର ସମୀକ୍ଷା କରିବୁ ବୋଲି ସେ କହିଛନ୍ତି।

Advertisment

ଆସନ୍ତାକାଲି ସେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭଙ୍ଗା ହୋଇଥିବା ଓ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠର ମହନ୍ତ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିପାରନ୍ତି। ଏଠାରୁ ଅନୁଧ୍ୟାନ ସାରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ କ୍ୟୁରୀ।

ଆମିକସ କ୍ୟୁରୀଙ୍କ ଗସ୍ତ ପୂର୍ବରୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଛି। ଯେଉଁଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment