/odisha-reporter/media/media_files/2026/02/17/amit-shah-2026-02-17-15-48-47.jpg)
ମାର୍ଚ୍ଚ ୭ରେ ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କର ଏଠାରେ ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Advertisment
ଅମିତ ଶାହ କଟକର ମୁଣ୍ଡୁଳି ଯାଇ CRPFର ପ୍ରତିଷ୍ଠା ଦିବସରେ ଯୋଗ ଦେବେ। ସେହିଭଳି ନକ୍ସଲ ଦମନ ଓ ଭାରତୀୟ ନ୍ୟାୟ ସଂହିତାର ସମୀକ୍ଷା କରିପାରନ୍ତି।
ସଫା ହୋଇଯିବେ ନକ୍ସଲ
ରାଜ୍ୟରୁ ନକ୍ସଲଙ୍କ ମୂଳୋତ୍ପାଟନ ହେବ। ଆଜିଠାରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇସାରିଥିବା ବେଳେ ରାଜ୍ୟପାଳ ହରିବାବୁ କମ୍ଭମପାଟି ତାଙ୍କ ଅଭିଭାଷଣରେ ଏହି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
Advertisment
ରାଜ୍ୟପାଳ କହିଛନ୍ତି ଯେ ୫ ବର୍ଷରେ ରାଜ୍ୟରେ ୪୮ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହି ଅବଧି ମଧ୍ୟରେ ୭୮ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୮୨ ଜଣ ଆତ୍ମସମର୍ପଣ କରିଛନ୍ତି। ୨୦୨୫ରେ ୨୫ ଜଣ କ୍ୟାଡର ନକ୍ସଲଙ୍କୁ ନିପାତ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
