Advertisment

୨୮ରେ ଭୁବନେଶ୍ୱରରେ ଅମିତ ଶାହଙ୍କ ବିଶାଳ ସମାବେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଫେବ୍ରୁଆରୀ ୨୮ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଜନତା ମୈଦାନରେ ସିଏଏ ସପକ୍ଷରେ ଏକ ବିଶାଳ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ବୁଥ୍‌ ସ୍ତରର କର୍ମକର୍ତ୍ତା ଯୋଗ ଦେବେ। ଏଥିସହ ପ୍ରାୟ ଲକ୍ଷେ କର୍ମୀଙ୍କୁ ଠୁଳ କରିବାକୁ ରାଜ୍ୟ ବିଜେପି ଲକ୍ଷ୍ୟ ରଖିଛି। ତେବେ ଅମିତ ଶାହ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପରେ ସିଏଏ ସମାବେଶରେ ଯୋଗ ଦେବେ। ଆଉ […]

ଅଦ୍ୟତନ ହୋଇଛି
ଆଜନ ପାଇଁ ଅଟକିଲେ ଅମିତ ଶାହ

amit saha (1)

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଫେବ୍ରୁଆରୀ ୨୮ ତାରିଖରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଜନତା ମୈଦାନରେ ସିଏଏ ସପକ୍ଷରେ ଏକ ବିଶାଳ ସମାବେଶ କରିବାର କାର୍ଯ୍ୟକ୍ରମ ରହିଛି। ଏହି ସମାବେଶରେ ବୁଥ୍‌ ସ୍ତରର କର୍ମକର୍ତ୍ତା ଯୋଗ ଦେବେ। ଏଥିସହ ପ୍ରାୟ ଲକ୍ଷେ କର୍ମୀଙ୍କୁ ଠୁଳ କରିବାକୁ ରାଜ୍ୟ ବିଜେପି ଲକ୍ଷ୍ୟ ରଖିଛି। ତେବେ ଅମିତ ଶାହ ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ପରେ ସିଏଏ ସମାବେଶରେ ଯୋଗ ଦେବେ। ଆଉ ତା’ପର ଦିନ ଅର୍ଥାତ୍ ୨୯ ତାରିଖରେ  ଶ୍ରୀ ଶାହ  ଶ୍ରୀ ଜଗନ୍ନା‌ଥ  ଓ  ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବେ। ଏନେଇ ଆଜି  ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, “୨୮ ତାରିଖ ସକାଳ ୯ଟାରେ  କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଭୁବନେଶ୍ୱର ଆସି ପହଞ୍ଚିବେ। ତାଙ୍କର ସରକାରୀ କାର୍ଯ୍ୟକ୍ରମ ସରିଲା ପରେ କାର୍ଯ୍ୟକର୍ତ୍ତାକୁ ନେଇ ସିଏଏ ସପକ୍ଷରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହେବ। ଏହି ସାମାବେଶ ଜନତା ମଇଦାନରେ ହେବ ବୋଲି ଏବେ ସ୍ଥିର ହୋଇଛି। ଅମିତ ଶାହ ଏହି ସମାବେଶରେ ଉଦ୍‌ବୋଧନ ଦେବେ। ଏହି ସାମାବେଶରେ ଲକ୍ଷେ ଲୋକଙ୍କୁ ଏକାଠି କରିବାକୁ ଆମେ ଉଦ୍ୟମ କରୁଛୁ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe