Advertisment

୧୩ରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ, ୧୨ରେ ଆସିବେ ଅମିତ୍ ଶାହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୩୧ତାରିଖ ପରିବର୍ତ୍ତେ ଫେବୃୟାରୀ ୧୩ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍‌ର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସିଏଏ,ଏନଆରପି ଓ ଏନଆରସିକୁ ନେଇ ଦେଶବ୍ୟାପୀ ଉଷ୍ମତା ଲାଗି ରହିଥିବାବେଳେ ଦୀର୍ଘ ୨୯ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହା ବେଶ୍ ଗୁରୁତ୍ୱବହନ କରୁଛି। ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୩୧ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର […]

ଅଦ୍ୟତନ ହୋଇଛି
୧୩ରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ, ୧୨ରେ ଆସିବେ ଅମିତ୍ ଶାହ

shah

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତମାସ ୩୧ତାରିଖ ପରିବର୍ତ୍ତେ ଫେବୃୟାରୀ ୧୩ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍‌ର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ସିଏଏ,ଏନଆରପି ଓ ଏନଆରସିକୁ ନେଇ ଦେଶବ୍ୟାପୀ ଉଷ୍ମତା ଲାଗି ରହିଥିବାବେଳେ ଦୀର୍ଘ ୨୯ବର୍ଷ ପରେ ଭୁବନେଶ୍ୱରରେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଅନୁଷ୍ଠିତ ହେଉଥିବାରୁ ଏହା ବେଶ୍ ଗୁରୁତ୍ୱବହନ କରୁଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ୩୧ତାରିଖରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର ୨୪ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଏହାକୁ ଫେବୃୟାରୀ ୧୩ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଏହି ବୈଠକରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଶାହ ୧୨ତାରିଖରେ ଭୁବନେଶ୍ୱରରେ ପହଞ୍ôଚବେ। ଗସ୍ତ ସମୟରେ ଶ୍ରୀ ଶାହା ରାଜ୍ୟ ବିଜେପି ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଏପଟେ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକରେ ସଦସ୍ୟ ରାଜ୍ୟ ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ସିକିମ୍ ଓ ଝାଡଖଣ୍ଡ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶେଷଥର ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ୨୦୧୮ ଅକ୍ଟୋବର ମାସରେ କୋଲକାତାରେ ଅନୁଷ୍ଠିତ ହୋଇଥିବାବେଳେ ଗତବର୍ଷ ଅକ୍ଟୋବର ମାସରେ ଅକ୍ଟୋବର ମାସରେ ପୂର୍ବାଞ୍ଚଳ ଜୋନାଲ କାଉନସିଲର ଷ୍ଟାଣ୍ଡିଂ କମିଟି ବୈଠକ (ମୁଖ୍ୟସଚିବ ସ୍ତରୀୟ) ଅନୁଷ୍ଠିତ ହୋଇଥିଲା।

Advertisment

ତେବେ ରାଜ୍ୟ ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଫେବୃୟାରୀ ୧୩ତାରିଖରେ ୨୪ତମ ପୂର୍ବାଞ୍ଚଳ ଜୋନାଲ କାଉନସିଲ୍ ବୈଠକ ଭୁବନେଶ୍ୱରରେ କରିବା ନିମନ୍ତେ ସଂଶୋଧିତ ନିଷ୍ପତ୍ତି ହୋଇଛି। ଏହି ବୈଠକ ଲୋକସେବା ଭବନସ୍ଥିତ ନୂଆ କନଭେନସନ୍ ସେଣ୍ଟରରେ ହେବ । ଏହି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଓ ସଦସ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି।

ସୂଚନା ଅନୁସାରେ, ବୈଠକରେ ୨୦୨୧ ଜନଗଣନା କାର୍ଯ୍ୟକ୍ରମ ସମେତ ଏନପିଆର, ସିଏଏ ଓ ଏନଆରସି ପ୍ରସଙ୍ଗ ସ୍ଥାନ ପାଇବା ସହ ନକ୍ସଲ ସମସ୍ୟା ପ୍ରସଙ୍ଗ ମଧ୍ୟ ସାମିଲ ହେବ। ପ୍ରତ୍ୟେକ ପଞ୍ଚାୟତରେ ବ୍ୟାଙ୍କିଙ୍ଗ୍ ସୁବିଧା, ଡିବିଟି ମାଧ୍ୟମରେ ସରକାରଙ୍କ ବିଭିନ୍ନ ଯୋଜନାର ଅର୍ଥ ସିଧାସଳଖ ହିତାଧିକାରୀଙ୍କୁ ପ୍ରଦାନ, ପୋକସୋ ଓ ଏନଡିପିଏସ୍ ଆଇନ ଅନ୍ତର୍ଗତ ତଦନ୍ତ ପ୍ରକ୍ରିୟା ତ୍ୱରାନ୍ୱିତ ଓ ସୁପରିଚାଳନା ଉପରେ ମଧ୍ୟ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି।

ସୂଚନାଯୋଗ୍ୟ, କେନ୍ଦ୍ର ଗୃହମନ୍ତ୍ରୀ ହେବାପରେ ଅମିତ୍ ଶାହ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସୁଥିବା ଓ ରାତି ବିତାଉଥିବାରୁ ରାଜନୀତିକ ଦୃଷ୍ଟିରୁ ତାଙ୍କର ଗସ୍ତକୁ ବେଶ୍ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ବିଜେପି ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe