Advertisment

ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ କରିବ ‘ଅମ୍ଫାନ୍‌’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ଅପରାହ୍ଣରୁ ସନ୍ଧ୍ୟା ଭିତରେ ଅମ୍ଫାନ୍‌ ଲ୍ୟାଣ୍ଡଫଲ୍‌ କରିବ। ସୁନ୍ଦରବନଠାରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାର ଅଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୦ରୁ ୧୮୫ କିଲୋମିଟର ରହିବ। ବର୍ତ୍ତମାନ ପାରାଦୀପଠାରୁ ଏହି ବାତ୍ୟା ୨୫୦ କିମି ଦୂରରେ ଅଛି। ବର୍ତ୍ତମାନଠାରୁ ହିଁ ଏହି ଅଞ୍ଚଳରେ ଘଣ୍ଟା ପ୍ରତି ୬୦ କିମି ବେଗରେ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇସାରିଛି। ଏହି ସୂଚନା କ୍ରମେ କୁହାଯାଇଛି, […]

ଆଜି ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ କରିବ ‘ଅମ୍ଫାନ୍‌’

amphan

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୁଧବାର ଅପରାହ୍ଣରୁ ସନ୍ଧ୍ୟା ଭିତରେ ଅମ୍ଫାନ୍‌ ଲ୍ୟାଣ୍ଡଫଲ୍‌ କରିବ। ସୁନ୍ଦରବନଠାରେ ଏହି ବାତ୍ୟା ଲ୍ୟାଣ୍ଡଫଲ୍‌ କରିବାର ଅଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୦ରୁ ୧୮୫ କିଲୋମିଟର ରହିବ।

Advertisment

ବର୍ତ୍ତମାନ ପାରାଦୀପଠାରୁ ଏହି ବାତ୍ୟା ୨୫୦ କିମି ଦୂରରେ ଅଛି। ବର୍ତ୍ତମାନଠାରୁ ହିଁ ଏହି ଅଞ୍ଚଳରେ ଘଣ୍ଟା ପ୍ରତି ୬୦ କିମି ବେଗରେ ପବନ ବୋହିବା ସହ ବର୍ଷା ଆରମ୍ଭ ହୋଇସାରିଛି।

ଏହି ସୂଚନା କ୍ରମେ କୁହାଯାଇଛି, ଆଜି ସକାଳଠାରୁ ପବନର ବେଗ ବଢ଼ିବାରେ ଲାଗିବ। ଭୋଗରାଇ ଓ ତାଳସାରୀ ଅଞ୍ଚଳରେ ଅଧିକ ପବନ ରହିବ। ଏହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ। ଦିନ ୧୨ଟାରୁ ୨ଟା ମଧ୍ୟରେ ଓଡ଼ିଶା ଅତିକ୍ରମ କରିବ ଅମ୍ଫାନ୍‌।

Advertisment

ବୁଲବୁଲ୍‌ ତାଣ୍ଡବ ରଚିଥିବା ଅଞ୍ଚଳ ପ୍ରଭାବିତ ହେବ। କିନ୍ତୁ ବୁଲ୍‌ବୁଲ୍‌ଠାରୁ ଅଧିକ ରହିବ ପବନ ବେଗ। ଅଧିକ କ୍ଷତି ମଧ୍ୟ କରିବ ବୋଲି କୁହାଯାଇଛି।

ଶେଷ ଖବର ସୁଦ୍ଧା ଅମ୍ଫାନ୍‌ ପାରାଦୀପଠାରୁ ୨୫୦ କିଲୋମିଟର ଦୂରରେ ରହିଛି। ଅନ୍ୟପକ୍ଷରେ ଦୀଘାଠାରୁ ଏହି ବାତ୍ୟା ୩୯୦ କିଲୋମିଟର ଦୂରରେ ରହିଛି। ସମୁଦ୍ର ଭିତରେ ଏହି ବାତ୍ୟାର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ରହିଛି।

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନାଙ୍କ ସୂଚନା ଅନୁଯାୟୀ ଏଯାଏ ଲକ୍ଷେ ୬ ହଜାର ୪୭୬ ଲୋକଙ୍କୁ ସ୍ଥାନାନ୍ତର କରାଯାଇସାରିଲାଣି।

ବାଲେଶ୍ୱର ଜିଲ୍ଲାରେ ୧୯,୧୦୦, ଭଦ୍ରକରେ ୨୦୧୭୦, କଟକରେ ୩୯୩୮, ଗଜପତିରେ ୧୪୯୫, ଜଗତସିଂହପୁରରେ ୯୦୭୬, ଯାଜପୁର ୭୧୪୦, କେନ୍ଦ୍ରାପଡ଼ାରେ ୩୦୯୭୦, କେଉଁଝରରେ ୩୦, ଖୋର୍ଦ୍ଧାରେ ୧୩୮୫, ମୟୂରଭଞ୍ଜରେ ୫୨୦୦, ଏବଂ ପୁରୀରେ ୭୯୭୨ ଜଣଙ୍କୁ ସ୍ଥାନାନ୍ତର କରାଗଲାଣି। ମୋଟ ୧୬୨୦ ଆଶ୍ରୟସ୍ଥଳୀରେ ଏମାନଙ୍କୁ ରଖାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe