Advertisment

Love, sex and betrayal: ଅଧାରେ ରହିଲା ପାଉଁଜି ପିନ୍ଧା, ଏୟାରଫୋର୍ସ କର୍ମଚାରୀଙ୍କୁ ମାର୍କେଟ ବିଲ୍‌ଡିଂରୁ ଉଠାଇ ନେଲା ପୁଲିସ

ଗୋପାଳଙ୍କ ନାଁରେ ଭୁବନେଶ୍ୱରର ବଡ଼ଗଡ଼ ଥାନାରେ ଗତ ୬ ତାରିଖରେ ଜଣେ ଯୁବତୀ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳଙ୍କ ସହିତ ସେ ଦୀର୍ଘ ଦିନ ହେବ ରିଲେସନଶିପରେ ଥିଲେ। ସେମାନଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ସ୍ଥାପନ ହୋଇଥିଲା।

author-image
Jitendra Garnayak
Gopal Chandra

ଗିରଫ ଅଭିଯୁକ୍ତ

ସାମ୍ନାକୁ ଆସିଛି ପ୍ରେମ, ଶାରୀରିକ ସଂପର୍କ ଓ ପ୍ରତାରଣାର ଆଉ ଏକ ମାମଲା। ଏହି ମାମଲାର ଅଭିଯୁକ୍ତ ହେଉଛନ୍ତି ଜଣେ ଏୟାରଫୋର୍ସ (ଭାରତୀୟ ବାୟୁସେନା) କର୍ମଚାରୀ। ତାଙ୍କୁ ପୁଲିସ ଗିରଫ କରିଛି। ତାଙ୍କ ନାଁ ଗୋପାଳଚନ୍ଦ୍ର ଦୀକ୍ଷିତ। ତାଙ୍କ ଘର ନୟାଗଡ଼ ଜିଲ୍ଲା ଇଟାମାଟିରେ। ଗୋପାଳ ଭାରତୀୟ ବାୟୁସେନାର ଜଣେ ଗ୍ରାଉଣ୍ଡ ଷ୍ଟାଫ ହୋଇଥିବା ବେଳେ ଲଦାଖରେ ନିଯୁକ୍ତ ହୋଇଛନ୍ତି।  

Advertisment

ଗୋପାଳଙ୍କ ନାଁରେ ଭୁବନେଶ୍ୱରର ବଡ଼ଗଡ଼ ଥାନାରେ ଗତ ୬ ତାରିଖରେ ଜଣେ ଯୁବତୀ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ, ଗୋପାଳଙ୍କ ସହିତ ସେ ଦୀର୍ଘ ଦିନ ହେବ ରିଲେସନଶିପରେ ଥିଲେ। ସେମାନଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ସ୍ଥାପନ ହୋଇଥିଲା। କିନ୍ତୁ ସେ ଯେତେବେଳେ ବିବାହ କଥା ଉଠାନ୍ତି, ଗୋପାଳ ଏହାକୁ ଏଡ଼ାଇ ଦିଅନ୍ତି। ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଗୋପାଳ ଅନ୍ୟ ଜଣେ ଯୁବତୀଙ୍କ ସହିତ ସଂପର୍କରେ ରହିଛନ୍ତି। 
ଯୁବତୀଙ୍କଠାରୁ ଅଭିଯୋଗ ପାଇବା ପରେ ବଡ଼ଗଡ଼ ପୁଲିସ ଘଟଣାର ତଦନ୍ତ କରିଥିଲା। ଏହା ପରେ ପୁଲିସ ଅଭିଯୁକ୍ତ ଗୋପାଳଚନ୍ଦ୍ର ଦୀକ୍ଷିତଙ୍କୁ ଥାନାକୁ ଡକାଇଥିଲା। କିନ୍ତୁ ସେ ଥାନାକୁ ଆସି ନଥିଲେ। ଏୟାରଫୋର୍ସ କର୍ମଚାରୀ ହୋଇଥିବାରୁ ପୁଲିସ ତାଙ୍କର କିଛି କରିପାରିବ ନାହିଁ ବୋଲି ସେ ଭାବି ନେଇଥିଲେ।

ଗତକାଲି ବଡ଼ଗଡ଼ ଥାନା ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା ଯେ ଗୋପାଳଚନ୍ଦ୍ର ଦୀକ୍ଷିତ ମାର୍କେଟ ବିଲ୍ଡିଂ ଅଞ୍ଚଳରେ ରହିଛି। ଏହା ପରେ ପୁଲିସର ଏକ ଟିମ୍ ସେଠାରେ ଚଢ଼ାଉ କରିଥିଲେ। 

Advertisment

ଚଢ଼ାଉ ବେଳେ ପୁଲିସ ଅଭିଯୁକ୍ତ ଗୋପାଳଚନ୍ଦ୍ର ଦୀକ୍ଷିତଙ୍କ ସହିତ ଜଣେ ଯୁବତୀଙ୍କୁ ଦେଖିଥିଲା। ଗୋପାଳ ଉକ୍ତ ଯୁବତୀଙ୍କୁ ପାଉଁଜି ପିନ୍ଧାଇ ଦେଉଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା। ସେ ସେହି ଯୁବତୀଙ୍କୁ ମଧ୍ୟ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ବୋଲି ଜଣାପଡ଼ିଛି। ସେହିପରି ସେ ଗତକାଲି ଲଦାଖ ପଳାଇବାକୁ ଯୋଜନା କରୁଥିବା ପୁଲିସ ଜାଣିବାକୁ ପାଇଛି। ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ଏହା ସହିତ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।