Advertisment

ଆନନ୍ଦପୁର: ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଯୁବକ ଆହତ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବାରିଗାଁ ଓ ବେଲବାହାଳି ଗାଁ ମଧ୍ୟରେ ଗୁରୁବାର ରାତିରେ କୌଣସି କାରଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ହେମନ୍ତ ଜେନା। ହେମନ୍ତଙ୍କୁ ପ୍ରଥମେ ଆନନ୍ଦପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ କୌଣସି କାରଣକୁ ନେଇ ବାରିଗାଁ ଓ ବେଲବାହାଳି ଗାଁର ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର […]

ଅଦ୍ୟତନ ହୋଇଛି
ଆନନ୍ଦପୁର: ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଯୁବକ ଆହତ

anadapur

Advertisment

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ବାରିଗାଁ ଓ ବେଲବାହାଳି ଗାଁ ମଧ୍ୟରେ ଗୁରୁବାର ରାତିରେ କୌଣସି କାରଣକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ହେମନ୍ତ ଜେନା। ହେମନ୍ତଙ୍କୁ ପ୍ରଥମେ ଆନନ୍ଦପୁର ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

Advertisment

ଗତକାଲି ରାତିରେ କୌଣସି କାରଣକୁ ନେଇ ବାରିଗାଁ ଓ ବେଲବାହାଳି ଗାଁର ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା। ଏ ଘଟଣାକୁ ନେଇ କିଛି ସମୟ ରାସ୍ତା ଅବରୋଧ କରାଯାଇଥିଲା। ଆଜି ବି ଉଭୟ ଗାଁରେ  ଉତ୍ତେଜନା ଲାଗି ରହିଛି।  ଘଟଣାସ୍ଥଳରେ ପୋଲିସ୍ ମୁତୟନ କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe