a
ଭୁବନେଶ୍ୱର: ପୂର୍ବତନ ପୋଲିସ୍ ଆଇଜି ଅନାଦି ସାହୁଙ୍କ ବିରୋଧରେ ପୂର୍ବତନ ଡିଜି ସଞ୍ଜୀବ ମାରିକ୍ କରିଥିବା ୫୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମାର ଶୁଶାଣି ପ୍ରକ୍ରିୟା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଜି ଅନାଦିଙ୍କ ପକ୍ଷରୁ ତାଙ୍କ ଓକିଲ ଭୁବନେଶ୍ୱର ସିନିୟର ଡିଭିଜନ ସିଭିଲ୍ କୋର୍ଟରେ ହାଜର ହୋଇଥିଲେ। ଜବାବ ଦାଖଲ ପାଇଁ ସେ କୋର୍ଟଙ୍କଠାରୁ ସମୟ ନେଇଥିଲେ।
ମାର୍ଚ୍ଚ ୪ ତାରିଖ ଦିନ ଅନାଦିଙ୍କ ବିରୋଧରେ ପୂର୍ବତନ ଡିଜି ସଞ୍ଜୀବ ମାରିକ ଭୁବନେଶ୍ୱର ସିନିୟର ଡିଭିଜନ ସିଭିଲ୍ କୋର୍ଟରେ ୫୦ ଲକ୍ଷ ଟଙ୍କାର ମାନହାନି ମକଦ୍ଦମା କରିଥିଲେ। ଡି’ ବ୍ରଦର୍ସ ଲିଙ୍କ୍ ଅଭିଯୋଗ ନେଇ ଅନାଦି ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ମାରିକ ଅଭିଯୋଗ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2016/04/a.jpg)