Advertisment

ଝଡ଼ଗ୍ରସ୍ତ ନାବିକ ଏବେ ପୋଲିସ ହେପାଜତରେ

ପୁରୀ(ଓଡ଼ିଶା ରିପୋର୍ଟର): ୨୮ଦିନ ଧରି ସମୁଦ୍ର ଭିତରେ ସଂଘର୍ଷ କରି ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ନାବିକଙ୍କୁ ନିଜ ହେପାଜତକୁ ନେଇଛି କୃଷ୍ଣପ୍ରସାଦ ପୁଲିସ। ତା’ସହ ଘଟଣା ସମ୍ପର୍କରେ ପୁଲିସ ନାବିକ ଅମ୍ରିତ ଖୁଜୁରଙ୍କ ଠାରୁ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି। ଆଜି ତାଙ୍କୁ ପୁରୀ ସେଲ୍ଟର୍ ହୋମକୁ ପଠାଯାଇଥିଲା। ଏଥିସହ ସେ କିପରି ନିଜ ଠିକଣା ଜାଗାରେ ପହଞ୍ଚିବେ, ସେନେଇ କୃଷ୍ଣପ୍ରସାଦ ପୁଲିସ ନାବିକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛି। ସଂପୃକ୍ତ ନାବିକଙ୍କ […]

ଝଡ଼ଗ୍ରସ୍ତ ନାବିକ ଏବେ ପୋଲିସ ହେପାଜତରେ

bnm-750x430

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ୨୮ଦିନ ଧରି ସମୁଦ୍ର ଭିତରେ ସଂଘର୍ଷ କରି ଆଣ୍ଡାମାନ ଦ୍ୱୀପରୁ ଓଡ଼ିଶା ଉପକୂଳରେ ପହଞ୍ଚିଥିବା ନାବିକଙ୍କୁ ନିଜ ହେପାଜତକୁ ନେଇଛି କୃଷ୍ଣପ୍ରସାଦ ପୁଲିସ। ତା’ସହ ଘଟଣା ସମ୍ପର୍କରେ ପୁଲିସ ନାବିକ ଅମ୍ରିତ ଖୁଜୁରଙ୍କ ଠାରୁ ବିସ୍ତୃତ ତଥ୍ୟ ସଂଗ୍ରହ କରିଛି। ଆଜି ତାଙ୍କୁ ପୁରୀ ସେଲ୍ଟର୍ ହୋମକୁ ପଠାଯାଇଥିଲା।

Advertisment

ଏଥିସହ ସେ କିପରି ନିଜ ଠିକଣା ଜାଗାରେ ପହଞ୍ଚିବେ, ସେନେଇ କୃଷ୍ଣପ୍ରସାଦ ପୁଲିସ ନାବିକଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଛି। ସଂପୃକ୍ତ ନାବିକଙ୍କ ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୮ ତାରିଖରେ ସେ ପୋର୍ଟବ୍ଲେୟାରରୁ ରାସନ ଧରି ନିଲ୍ ଆଇଲ୍ୟାଣ୍ଡ ଅଭିମୁଖେ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥିଲେ। ତେବେ ମଝି ସମୁଦ୍ରରେ ଘୁର୍ଣ୍ଣିଝଡ ହେବାରୁ ସାଥି ନାବିକ ଦିବ୍ୟରଂଜନଙ୍କ ସହ ସେ ଦିଗହରା ହୋଇପଡ଼ିଥିଲେ।

ଏହାରି  ଭିତରେ ସେ ବର୍ମା ପହଞ୍ଚିଯାଇଥିଲେ। ସେଠାରୁ ପୁଣି ଦକ୍ଷିଣ ଦିଗକୁ ଯିବାବେଳେ ଆଉ ଏକ ଝଡ଼ର ସାମ୍ନା କରିଥିଲେ ଉଭୟେ ନାବିକ। ଏହାପରେ ପୁଣି ଥରେ ଦିଗହରା ହେବା ସହ ଅଖିଆ ଅପିଆ ଅବସ୍ଥାରେ ଦିନ ଦିନ ଧରି ସମୁଦ୍ର ଭିତରେ ବୁଲୁଥିଲେ ଅମ୍ରିତ ଏବଂ ଦିବ୍ୟରଂଜନ। କିଛିଦିନ ପରେ ଦିବ୍ୟରଂଜନଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କୁ ସମୁଦ୍ର ଭିତରେ ଫୋପାଡ଼ି ଦେଇଥିଲେ ଅମ୍ରିତ। ଆଉ ସଂଘର୍ଷ କରି ଶେଷରେ ଗତ ୨୫ ତାରିଖରେ ନିଜର ଅଚଳ ଡଙ୍ଗା ସହ ଭାସିଆସି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଖିରିସାହି କୂଳରେ ଲାଗିଥିଲେ ବୋଲି କହିଛନ୍ତି ସଂପୃକ୍ତ ନାବିକ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe