Advertisment

କାଲି ଆସୁଛନ୍ତି ଜଗନ, କୋଟିଆ କଥା ଉଠିବ କି?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କୋଟିଆ ସୀମା ବିବାଦ ଓ ଅନ୍ୟପଟେ ବଂଶଧାରା ନେରେଡି ବ୍ୟାରେଜକୁ ନେଇ ଲାଗି ରହିଛି ବିବାଦ। ଆଉ ଏଭଳି ସ୍ଥିତିରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ। ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦ୍ୱିପାକ୍ଷିକରେ ଯୋଗ ଦେବେ। ଲୋକସେବା ଭବନରେ ଏହି ବୈଠକ ହେବ। ଏହି ବୈଠକରେ କୋଟିଆ ଓ ବଂଶଧାରା ନେରାଡି ବ୍ୟାରେଜକୁ ଲାଗି ରହିଥିବା ବିବାଦ ଉପରେ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କାଲି ଆସୁଛନ୍ତି ଜଗନ, କୋଟିଆ କଥା ଉଠିବ କି?

naveen-and-jagmohan

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ କୋଟିଆ ସୀମା ବିବାଦ ଓ ଅନ୍ୟପଟେ ବଂଶଧାରା ନେରେଡି ବ୍ୟାରେଜକୁ ନେଇ ଲାଗି ରହିଛି ବିବାଦ। ଆଉ ଏଭଳି ସ୍ଥିତିରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ। ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦ୍ୱିପାକ୍ଷିକରେ ଯୋଗ ଦେବେ। ଲୋକସେବା ଭବନରେ ଏହି ବୈଠକ ହେବ। ଏହି ବୈଠକରେ କୋଟିଆ ଓ ବଂଶଧାରା ନେରାଡି ବ୍ୟାରେଜକୁ ଲାଗି ରହିଥିବା ବିବାଦ ଉପରେ ଆଲୋଚନା ହୋଇପାରେ।

Advertisment

ବଂଶଧାରା ନଦୀ ଉପରେ ନିର୍ମାଣ ହେଉଥିବା ନେରେଡି ବ୍ୟାରେଜ୍ ପ୍ରକଳ୍ପ ପାଇଁ ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତା ସହ ପୋଲାଭରମ୍ ବିବାଦ ମଧ୍ୟ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଥିଲେ ବି ଏ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଥିବାରୁ ଏହା ସ୍ଥାନ ପାଇନପାରେ ବୋଲି ବିଶେଷଜ୍ଞ ଅନୁମାନ କରୁଛନ୍ତି।

୧୯୬୧ରେ କେତେକ ସର୍ତ୍ତ ଆଧାରରେ ଓଡ଼ିଶା ଏହି ବ୍ୟାରେଜ ନିର୍ମାଣ ପାଇଁ ରାଜି ହୋଇଥିଲା। କିନ୍ତୁ ଏଥିରେ ବ୍ୟତିକ୍ରମ ହେବାରୁ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ତେବେ ଏନେଇ ଉଭୟ ରାଜ୍ୟ ମଧ୍ୟରେ ଏକମତ ସମ୍ଭାବନା କମ୍। ହୁଏତ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ନେରାଡ଼ି ବ୍ୟାରେଜ ବିବାଦର ସମାଧାନ ଲାଗି କିଛି ନିର୍ଦ୍ଦିଷ୍ଟ ପ୍ରସ୍ତାବ ନେଇ ଆସିଥାଇ ପାରନ୍ତି। ଏମିତି ହେଲେ ସେମାନେ ମାମଲାକୁ ସୁପ୍ରିମକୋର୍ଟରୁ ପ୍ରତ୍ୟାହାର କରି ଆଲୋଚନା ଜରିଆରେ ତାହାର ସମାଧାନ କରି ପାରନ୍ତି।

Advertisment

କୋଟିଆ ଗ୍ରାମପୁଞ୍ଜକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଏବେ ଉଗ୍ର ରୂପ ନେଇଛି। ତାସହ କୋରାପୁଟର ସାନବାଇ, ନନ୍ଦପୁର, ନାରାୟଣପାଟଣା, ବନ୍ଧୁଗାଁ ସମେତ ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି ସୀମାନ୍ତ ଗାଁରେ ଆନ୍ଧ୍ର ପ୍ରଶାସନର ରୀତିମତ ହୁକୁମାତି ଓ ଅନୁପ୍ରବେଶ ଘଟଣା ବାରମ୍ବାର ସାମ୍ନାକୁ ଆସିଛି। ବିଶେଷକରି କୋଟିଆର ୨୮ ଗ୍ରାମପୁଞ୍ଜରୁ ୧୬ଟି ଗାଁକୁ ନେଇ ଦୁଇ ରାଜ୍ୟର ମଧ୍ୟରେ ଟଣାଓଟରା ଲାଗି ରହିଛି। ତେଣୁ ଏ ବିବାଦର ସମାଧାନ ଲାଗି ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହେଉ ବୋଲି ବିଭିନ୍ନ ଦଳର ନେତା ଦାବି କରିଛନ୍ତି।