ଓଡ଼ିଶା ବିରୋଧରେ ଆନ୍ଧ୍ରର ଷଡ଼ଯନ୍ତ୍ର ସଫଳ

ଜୟପୁର/ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ । ଓଡ଼ିଶା ସୀମାନ୍ତ ଗାଁରେ ସାରିଲା ଭୋଟ୍ କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁରେ ଆଜି ପଡ଼ିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍। କୋରାପୁଟ ପାଟୁସେନେରିରେ ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଏଠି ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ଚାଲିଥିଲା । ନକ୍ସଲ ପ୍ରବଣ ଇଲାକା ହୋଇଥିବାରୁ ଆନ୍ଧ୍ର ପୁଲିସ ସୁରକ୍ଷା ବି କଡ଼ା ଥିଲା। ଆଉ ବିଡ଼ମ୍ବନା, ଓଡ଼ିଶାର ପାଟୁସେନେରିକୁ ଏଠି ପଟୁଚେନୁରୁ […]

7bv

7bv

Tapas Behera
  • Published: Saturday, 13 February 2021
  • Updated: 13 February 2021, 08:13 PM IST

Sports

Latest News

ଜୟପୁର/ଭୁବନେଶ୍ୱର/ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆନ୍ଧ୍ର ଷଡ଼ଯନ୍ତ୍ର ସଫଳ । ଓଡ଼ିଶା ସୀମାନ୍ତ ଗାଁରେ ସାରିଲା ଭୋଟ୍ କୋରାପୁଟ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତ ଗାଁରେ ଆଜି ପଡ଼ିଛି ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ୍। କୋରାପୁଟ ପାଟୁସେନେରିରେ ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଏଠି ଅପରାହ୍ନ ସାଢ଼େ ଗୋଟାଏ ଯାଏଁ ଚାଲିଥିଲା ।

ନକ୍ସଲ ପ୍ରବଣ ଇଲାକା ହୋଇଥିବାରୁ ଆନ୍ଧ୍ର ପୁଲିସ ସୁରକ୍ଷା ବି କଡ଼ା ଥିଲା। ଆଉ ବିଡ଼ମ୍ବନା, ଓଡ଼ିଶାର ପାଟୁସେନେରିକୁ ଏଠି ପଟୁଚେନୁରୁ ବୋଲି ଦର୍ଶାଇଛି ବିଜୟନଗରମ୍ ପ୍ରଶାସନ । ଯେଉଁଥିରେ ମାଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପାଟୁସେନେରି ଓ କୋନାଦରା ଆଦି ଓଡ଼ିଶାର ୫ଟି ଗାଁ ରହିଛି। ସେହିପରି ତଳ ଗଂଜେଇପଦରର ନାଁ ବଦଳେଇ ଗଂଜେଇବାଦ୍ରା ନାଁରେ ବି ନିର୍ବାଚନ କରାଇଛି ଆନ୍ଧ୍ର । ତେବେ କେଉଁ ପରିସ୍ଥିତିରେ ଏଠି ଆନ୍ଧ୍ର ନିର୍ବାଚନ କଲା, ଜିଲ୍ଲା ପ୍ରଶାସନ କଣ କରୁଥିଲା ଏ ନେଇ କୋରାପୁଟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଘେରିଥିଲେ ସ୍ଥାନୀୟ ବିଜେପି ନେତା । ସେପଟେ ଗଂଜାମ ପାତ୍ରପୁର ବ୍ଲକର ଟି. ବ୍ରହ୍ମପୁର ପଞ୍ଚାୟତରେ ବି ବହୁ ଓଡ଼ିଆ ଲୋକ ଆନ୍ଧ୍ର ଭୋଟ୍ ପରିଚୟପତ୍ର ଦେଖାଇ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଆନ୍ଧ୍ରର ଶ୍ରୀକାକୁଲମ ଓ ଇଚ୍ଛାପୁର ମଣ୍ଡଳରେ ଥିବା ଓଡ଼ିଶା ସୀମାନ୍ତ ଗାଁର ଲୋକମାନେ ନିଜଆଡୁ ଭୋଟ୍ ପ୍ରକ୍ରିୟାରେ ସାମିଲ ହୋଇଥିଲେ।

ତେବେ ଗଜପତି ସୀମାନ୍ତ ମଞ୍ଜୁସା ମଣ୍ଡଳରେ କିନ୍ତୁ ଫସର ଫାଟିଛି । ଆନ୍ଧ୍ରର ପଞ୍ଚାୟତ ଭୋଟ୍ ଷଡ଼ଯନ୍ତ୍ର ମାଧିଆଖୋଲ, ମାଣିକପାଟଣା, ଅମରିଙ୍ଗି, ଗୁଡୁଖୁଡ଼ି ଆଦି ଓଡ଼ିଶାର ୬ଟି ଗାଁକୁ ସାବା ପଞ୍ଚାୟତରେ ସାମିଲ କରି ପଞ୍ଚାୟତ ନିର୍ବାଚନ ପରିଚାଳନାବେଳେ ଏହାକୁ ପଣ୍ଡ କରିଛି ଗଜପତି ପ୍ରଶାସନ ଉପଜିଲ୍ଲାପାଳ । ସେଠାକାର ଗାଁ ଲୋକଙ୍କୁ ଓଡ଼ିଶା ସରକାରଙ୍କ ସବୁ ପ୍ରକାର ସହାୟତା ପ୍ରଦାନର ପ୍ରତିଶ୍ରୁତି ଦେବା ପରେ ଆଜି ଭୋଟ୍ ଦେବାକୁ ଯାଇନଥିଲେ ଲୋକେ । ହେଲେ ଗଂଜାମ କୁଲାଡ଼ି ଗାଁରେ କିନ୍ତୁ ଦେଖିବାକୁ ମିଳିଥିଲା ଓଲଟା ଚିତ୍ର । ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ବାରଣ ସତ୍ତ୍ୱେ ଭୋଟ୍ ଦେଇଥିଲେ ସ୍ଥାନୀୟ ଲୋକେ । ସେମାନଙ୍କ ଅଭିଯୋଗ ଏବେ ଆନ୍ଧ୍ର ଭୋଟ୍ କରୁଥିବାରୁ ଓଡ଼ିଶା ଅଫିସର ଆସିଛନ୍ତି ଆଗରୁ ଆସନ୍ତିନି।

ସେପଟେ ଓଡ଼ିଶା ଭିତରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ନେଇ ତେଜିଛି ରାଜନୀତି। ବର୍ଷିଛନ୍ତି ବିରୋଧୀ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଅବିଭକ୍ତ ଗଞ୍ଜାମ ଓ କୋରାପୁଟ ଜିଲ୍ଲାର ସୀମାନ୍ତ ଗାଁ ଏବେ ଅସୁରକ୍ଷିତ । ରାଜ୍ୟ ସରକାର ବିଳମ୍ବରେ ସୁପ୍ରିମକୋର୍ଟ ଗଲେ ଆନ୍ଧ୍ରର ଷଡ଼ଯନ୍ତ୍ର ଜାଣିବାରେ ଗୁଇନ୍ଦା ବିଭାଗ ଫେଲ ହୋଇଛି । ଏମିତିକି ସୀମାନ୍ତ ଗାଁ ସୁରକ୍ଷା ପାଇଁ ତାଙ୍କ ଦଳ ସୀମାନ୍ତ ସୁରକ୍ଷା ସେଲ୍ ଗଠନ କରିବ ବୋଲି କହିଛନ୍ତି ସମୀର। ସେହିପରି କଂଗ୍ରେସ କହିଛି ରାଜ୍ୟ ସରକାରଙ୍କ ଅପାରଗତାରୁ ଆଜି ଓଡ଼ିଶା ହାରିଲା, ଆନ୍ଧ୍ର ଜିତିଲା ଜବାବରେ ବିଜେଡି ଏ ପ୍ରସଙ୍ଗରେ କେନ୍ଦ୍ର କୋର୍ଟକୁ ବଲ୍ ଫିଙ୍ଗିଛି।  ଗୋଟିଏ ପଟେ କୋଟିଆକୁ ନେଇ ଆନ୍ଧ୍ର-ଓଡ଼ିଶା ବିବାଦ ସୁପ୍ରିମକୋର୍ଟରେ ଝୁଲୁଛି । ଏଣେ ଓଡ଼ିଶାର ନୂଆ ନୂଆ ସୀମାନ୍ତ ଗାଁକୁ କିନ୍ତୁ କବ୍ଜା ଲକ୍ଷ୍ୟରେ ଆଗେଇ ଚାଲିଛି ଆନ୍ଧ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos