Advertisment

ଓଡ଼ିଶାର ଜଙ୍ଗଲ ଜମିରେ ଆନ୍ଧ୍ର କରୁଛି କାଜୁ ଚାଷ

ନାରାୟଣପାଟଣା (ପି. ଗୋବିନ୍ଦ ରାଜୁ ସୁବୁଦ୍ଧି): କୋଟିଆ ପରେ କୋରାପୁଟ ସୀମାନ୍ତ ଉପରେ ଆନ୍ଧ୍ରପ୍ରଦେଶ ସରକାର ପାକାଇଛନ୍ତି ଲୋଲୁପ ଦୃଷ୍ଟି। ଓଡ଼ିଶାର ପାହାଡ଼ରେ କାଜୁ ଚାଷ କରୁଛି ଆନ୍ଧ୍ର। ଜଙ୍ଗଲ ଜମି ହାତେଇବାକୁ ବନ୍ଧୁଗାଁ ବ୍ଲକ୍‌ କାପାଲୋଡ଼ା ପଞ୍ଚାୟତର ରେବତୀଗୁଡ଼ାରେ ଏଭଳି ଚକ୍ରାନ୍ତ ଚଳାଇଛି ଆନ୍ଧ୍ର। ଜଙ୍ଗଲ ଜମିରେ ବେଆଇନ ଭାବେ ଆନ୍ଧ୍ର କରୁଛି କାଜୁ ଚାଷ। ପଞ୍ଚାୟତର ରେବତୀଗୁଡ଼ା ଗାଁରେ ୮୪ ଏକର ଘରୋଇ ଜମିଥିବା ବେଳେ ୩୯୮ଏକର ସରକାରୀ ଜମି ରହିଛି। ତେବେ ରାଜସ୍ୱ […]

ଅଦ୍ୟତନ ହୋଇଛି
ଓଡ଼ିଶାର ଜଙ୍ଗଲ ଜମିରେ ଆନ୍ଧ୍ର କରୁଛି କାଜୁ ଚାଷ

Koraput

Advertisment

ନାରାୟଣପାଟଣା (ପି. ଗୋବିନ୍ଦ ରାଜୁ ସୁବୁଦ୍ଧି): କୋଟିଆ ପରେ କୋରାପୁଟ ସୀମାନ୍ତ ଉପରେ ଆନ୍ଧ୍ରପ୍ରଦେଶ ସରକାର ପାକାଇଛନ୍ତି ଲୋଲୁପ ଦୃଷ୍ଟି। ଓଡ଼ିଶାର ପାହାଡ଼ରେ କାଜୁ ଚାଷ କରୁଛି ଆନ୍ଧ୍ର। ଜଙ୍ଗଲ ଜମି ହାତେଇବାକୁ ବନ୍ଧୁଗାଁ ବ୍ଲକ୍‌ କାପାଲୋଡ଼ା ପଞ୍ଚାୟତର ରେବତୀଗୁଡ଼ାରେ ଏଭଳି ଚକ୍ରାନ୍ତ ଚଳାଇଛି ଆନ୍ଧ୍ର। ଜଙ୍ଗଲ ଜମିରେ ବେଆଇନ ଭାବେ ଆନ୍ଧ୍ର କରୁଛି କାଜୁ ଚାଷ।

Advertisment

ପଞ୍ଚାୟତର ରେବତୀଗୁଡ଼ା ଗାଁରେ ୮୪ ଏକର ଘରୋଇ ଜମିଥିବା ବେଳେ ୩୯୮ଏକର ସରକାରୀ ଜମି ରହିଛି। ତେବେ ରାଜସ୍ୱ ବିଭାଗର ଜମି ସୁରକ୍ଷିତ ଥିବା ବେଳେ ଜଙ୍ଗଲ ବିଭାଗର ଜମିକୁ ଅକ୍ତିଆର କରି ରଖିଛି ଆନ୍ଧ୍ର। ସେଠାରେ ଏବେ କାଜୁ ଚାଷ କରାଯାଉଛି। ସେପଟେ ଜଙ୍ଗଲ ଜମି ପଟ୍ଟା ନଥିବାରୁ ନିଜେ ଚାଷବାସ କରିପାରୁ ନାହାନ୍ତି ଗାଁ ଲୋକେ। ଏପରିକି ଜମିପଟ୍ଟା ନଥିବାରୁ ଜାତିଗତ ପ୍ରମାଣପତ୍ର ପାଇବାରେ ସମସ୍ୟା ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଯଦି ଓଡ଼ିଶା ସରକାର ମୌଳିକ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନନିଅନ୍ତି, ତେବେ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଇଛନ୍ତି ରେବତୀଗୁଡ଼ା ବାସିନ୍ଦା।

ସେପଟେ ତହସିଲଦାର କହିଛନ୍ତି, ଜାତିଗତ ପ୍ରମାଣପତ୍ର ପାଇଁ ପ୍ରଶାସନିକସ୍ତରେ ପଦକ୍ଷେପ ନିଆଯାଉଛି। ମାତ୍ର ଜଙ୍ଗଲ ଜମି ଅକ୍ତିଆର ନେଇ ବନବିଭାଗର ପ୍ରତିକ୍ରିୟା ମିଳିପାରିନି।

Advertisment

ଏନେଇ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ କହିଛନ୍ତି, ଓଡ଼ିଶା ସରକାର ଏହି ଅଞ୍ଚଳ ପ୍ରତି ଧ୍ୟାନ ଦେଉନାହାନ୍ତି। ଏହାର ସୁଯୋଗ ନେଇ ଆନ୍ଧ୍ର ସରକାର ଏହି ଅଞ୍ଚଳରେ ଗଛ ଲଗାଉଛି। ୨୫ ଏକରରୁ ଅଧିକ ଜମିରେ ଚାରା ରୋପଣ କରାଯାଇଛି। ଏହି ଅଞ୍ଚଳର ଲୋକଙ୍କୁ ଡରାଇ ଧମକାଇ ରଖିଛନ୍ତି। ରାଜ୍ୟ ସରକାର ସୀମା ନିର୍ଦ୍ଧାରଣ ନକଲେ ଆନ୍ଧ୍ର ସରକାର ୪ରୁ ୫ ଖଣ୍ଡ ଗାଁକୁ ମାଡ଼ି ବସିବ।”

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe