Advertisment

କୋଟିଆରେ ପୁଣି ପଶିଲା ଆନ୍ଧ୍ର

କୋରାପୁଟ (ଓଡ଼ିଶା ରିପୋର୍ଟର); କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରର ପୁଣି ଥରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତଳ ଗଞ୍ଜେଇପଦର ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମ ‘ଜନ୍ମଭୂମି’ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି। ଏହାସହ ବିଭିନ୍ନ ବର୍ଗର ଲୋକଙ୍କୁ ଆନ୍ଧ୍ର ପ୍ରଶାସନ ପ୍ରକ୍ଷରୁ ଭତ୍ତା ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ୨୫ଜଣଙ୍କୁ ହଜାରେ ଟଙ୍କା ଲେଖାଏ ବାର୍ଦ୍ଧକ୍ୟ ଭତ୍ତା ଓ ଦିବ୍ୟାଙ୍ଗଙ୍କୁ ୧୫ଶହ ଲେଖାଏ ଭତ୍ତା ପ୍ରଦାନ କରିଥିଲା ଆନ୍ଧ୍ର ପ୍ରଶାସନ। ଏହି କାର୍ଯ୍ୟକ୍ରମକୁ ଆନ୍ଧ୍ର […]

କୋଟିଆରେ ପୁଣି ପଶିଲା ଆନ୍ଧ୍ର

kotia

Advertisment

କୋରାପୁଟ (ଓଡ଼ିଶା ରିପୋର୍ଟର); କୋରାପୁଟ ଜିଲ୍ଲା କୋଟିଆରେ ଆନ୍ଧ୍ରର ପୁଣି ଥରେ ଅନୁପ୍ରବେଶ କରିଥିବା ଅଭିଯୋଗ ହୋଇଛି। ତଳ ଗଞ୍ଜେଇପଦର ଗାଁରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ କାର୍ଯ୍ୟକ୍ରମ ‘ଜନ୍ମଭୂମି’ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଛି।

Advertisment

ଏହାସହ ବିଭିନ୍ନ ବର୍ଗର ଲୋକଙ୍କୁ ଆନ୍ଧ୍ର ପ୍ରଶାସନ ପ୍ରକ୍ଷରୁ ଭତ୍ତା ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ୨୫ଜଣଙ୍କୁ ହଜାରେ ଟଙ୍କା ଲେଖାଏ ବାର୍ଦ୍ଧକ୍ୟ ଭତ୍ତା ଓ ଦିବ୍ୟାଙ୍ଗଙ୍କୁ ୧୫ଶହ ଲେଖାଏ ଭତ୍ତା ପ୍ରଦାନ କରିଥିଲା ଆନ୍ଧ୍ର ପ୍ରଶାସନ।

kotiaଏହି କାର୍ଯ୍ୟକ୍ରମକୁ ଆନ୍ଧ୍ର ସରକାରଙ୍କ ଭିଲେଜ ରେଭିନ୍ୟୁ ଅଫିସର ଓ ଅଙ୍ଗନଓ୍ୱାଡି କର୍ମୀ ପରିଚାଳନା କରିଥିଲେ।  ଅଙ୍ଗନୱାଡି କେନ୍ଦ୍ରରେ ଛତୁଆ, ଅଣ୍ଡା ଓ କ୍ଷୀର ମଧ୍ୟ ବାଣ୍ଟିନ କରାଯାଇଛି।

Advertisment

ଗତବର୍ଷ ମଧ୍ୟ କୋଟିଆରେ ଅନୁପ୍ରବେଶ କରି ଆନ୍ଧ୍ର ସରକାରୀ କାର୍ଯ୍ୟକ୍ରମ କରିଥିଲେ।

ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ‘କାଳିଆ ଯୋଜନା’ର ପୋଷ୍ଟର କୋଟିଆରେ ମରାଯାଉଥିବା ଦେଖିବାକୁ ମିଳିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe