Advertisment

ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଦୀର୍ଘ ଆଠଦିନର ରାସ୍ତାରୋକ ହଟାଯିବା ପରେ ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବା ବେଳେ ଏହି ବିବାଦ କ୍ରମଶଃ ପ୍ରଶମିତ ହେଉଥିବା ଜଣାଯାଇଛି।   ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଂଚଳ ରାଜସ୍ୱ କମିଶନର। ସ୍ଥିତି ଅନୁଧ୍ୟାନ ପାଇଁ ଆରଡିସି ଆଜି ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାର ଅଧିକାରୀଙ୍କୁ ନେଇ ଆରଡିସି ଆଲୋଚନା କରିଛନ୍ତି […]

ଅଦ୍ୟତନ ହୋଇଛି
ସୀମାରେ ଧଳା ଚୂନରେ ଗାର ଟାଣିଲା ଆନ୍ଧ୍ର, ଉଡ଼ାଇଲା ପତାକା

andhra

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଦୀର୍ଘ ଆଠଦିନର ରାସ୍ତାରୋକ ହଟାଯିବା ପରେ ସୀମା ବିବାଦକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ ହୋଇଥିବା ବେଳେ ଏହି ବିବାଦ କ୍ରମଶଃ ପ୍ରଶମିତ ହେଉଥିବା ଜଣାଯାଇଛି।   ସମ୍ବାଇ ପଞ୍ଚାୟତ ସୀମାରେ ପଶି ଆନ୍ଧ୍ର ପ୍ରଶାସନ ଫଳକ ଲଗାଇବା ଘଟଣାର ସମୀକ୍ଷା କରିଛନ୍ତି ଦକ୍ଷିଣାଂଚଳ ରାଜସ୍ୱ କମିଶନର। ସ୍ଥିତି ଅନୁଧ୍ୟାନ ପାଇଁ ଆରଡିସି ଆଜି ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Advertisment

କୋରାପୁଟ ସ୍ୱତନ୍ତ୍ର ସର୍କିଟ ହାଉସରେ ଜିଲ୍ଲାର ଅଧିକାରୀଙ୍କୁ ନେଇ ଆରଡିସି ଆଲୋଚନା କରିଛନ୍ତି । ବିଶେଷ କରି କୋଟିଆରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖନନ କରାଯାଉଥିବା ଓ ସମ୍ବାଇ ପଂଚାୟତ ସୀମାନ୍ତକୁ ନେଇ ଉପୁଜିଥିବା ବିବାଦର ସମୀକ୍ଷା କରିଛନ୍ତି ।  

ଘଟଣାକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ସାମୟିକ ଭାବେ ଶାନ୍ତ ପଡ଼ିଥିବା ପରି ଜଣାପଡୁଥିଲେ ମଧ୍ୟ ପ୍ରକୃତରେ ସ୍ଥିତି ଅଲଗା  । କାରଣ ସୀମାରେ ଧଳା ଚୂନରେ ଗାର ଟଣା ଯାଇ ଧଳା ପତାକା ପୋତା ଯାଇଛି ।

Advertisment

ଆନ୍ଧ୍ରପ୍ରଦେଶର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧକୁ ହଟାଯିବା ପରେ ଗତ ଗୁରୁବାର କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ରାଜସ୍ୱ ଅଧିକାରୀ ସୀମା ଅଞ୍ଚଳକୁ ଯାଇ ମାପଚୁପ ଆରମ୍ଭ କରିଥିଲେ । ସୀମାରେ ଥିବା ଓଡ଼ିଶାର ସୀମା ସୂଚକ ପଥର ସ୍ତମ୍ଭକୁ ମଧ୍ୟ ଠାବ କରିଥିବା ସେମାନେ ଜଣାଇଥିଲେ ।

publive-image

ଏହାପରେ ଗତକାଲି ଆନ୍ଧ୍ରପ୍ରଦେଶ ତରଫରୁ ମଧ୍ୟ ଅନୁରୂପ ଭାବେ ସୀମାରେ ଧଳା ଚୂନରେ ଏକ ଗାର ଟାଣି ଧଳା ପତକା ଉଡାଯାଇଥିବା ଦେଖାଯାଇଛି ।

ଆନ୍ଧ୍ରପ୍ରଦେଶର କୋଲୁର ପଂଚାୟତ ସରପଞ୍ଚ ସୁନ୍ଦର ରାଓଙ୍କ କହିବା ଅନୁଯାୟୀ, ଏହା ସରକାରୀ ଅଧିକାରୀଙ୍କ ଦ୍ୱାରା ଲଗାଯାଇଛି। ହେଲେ ଅସମର୍ଥୀତ ସୂତ୍ରରୁ ଏହି କାର୍ଯ୍ୟ  ଜନସାଧାରଣଙ୍କ ଦ୍ୱାରା କରାଯାଇଥିବା ପ୍ରକାଶ । ତେବେ ଏହା ସାଧାରଣ ଲୋକଙ୍କ କାମ ନା ସରକାରୀ ତାହା ସ୍ପଷ୍ଟ ହୋଇପାରିନାହିଁ । କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe