Advertisment

କୋଟିଆରୁ ଜଙ୍ଗଲଜାତ ଦ୍ରବ୍ୟ କିଣିବ ଆନ୍ଧ୍ର, ଗାଁ ଲୋକଙ୍କୁ ଦେଲା ରେଟ୍‌ ଚାର୍ଟ

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କୋଟିଆରେ ଭିତରେ ପଶିଲେ। ଗାଁକୁ ଗାଁ ବୁଲି ଲୋକଙ୍କୁ ଲୋଭନୀୟ ଅଫର ଦେଲେ। ଜଙ୍ଗଲ ଜାତ ଦ୍ରବ୍ୟର ରେଟ୍‌ ଚାର୍ଟ ବାଣ୍ଟି ଚାଲିଗଲେ ଆନ୍ଧ୍ରପ୍ରଦେଶର ଅଫିସ୍‌ର। ହେଲେ କୋରାପୁଟ୍‌ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ଖବର ନାହିଁ। ଆଜି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାର ନୂତନ ଆଇଟିଡିଏ ପିଓ ଆନନ୍ଦ କୁମାରଙ୍କ ନିର୍ଦ୍ଦେଶରେ ସାଲୁର ମଣ୍ଡଳ(ବ୍ଲକ) ସ୍ଥିତ ଜିସିସି (ଗିରିଜନ କୋପରେଟିଭ କର୍ପ୍ରେସନ) ବିଭାଗର କେତେକ କର୍ମଚାରୀ କୋଟିଆ ପଞ୍ଚାୟତରେ ପଶିଥିଲେ। ସେମାନେ […]

କୋଟିଆରୁ ଜଙ୍ଗଲଜାତ ଦ୍ରବ୍ୟ କିଣିବ ଆନ୍ଧ୍ର, ଗାଁ ଲୋକଙ୍କୁ ଦେଲା ରେଟ୍‌ ଚାର୍ଟ

Kotia

Advertisment

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): କୋଟିଆରେ ଭିତରେ ପଶିଲେ। ଗାଁକୁ ଗାଁ ବୁଲି ଲୋକଙ୍କୁ ଲୋଭନୀୟ ଅଫର ଦେଲେ। ଜଙ୍ଗଲ ଜାତ ଦ୍ରବ୍ୟର ରେଟ୍‌ ଚାର୍ଟ ବାଣ୍ଟି ଚାଲିଗଲେ ଆନ୍ଧ୍ରପ୍ରଦେଶର ଅଫିସ୍‌ର। ହେଲେ କୋରାପୁଟ୍‌ ଜିଲ୍ଲା ପ୍ରଶାସନ ପାଖରେ ଏନେଇ କୌଣସି ଖବର ନାହିଁ।

Advertisment

ଆଜି ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ମାନ୍ୟମ ଜିଲ୍ଲାର ନୂତନ ଆଇଟିଡିଏ ପିଓ ଆନନ୍ଦ କୁମାରଙ୍କ ନିର୍ଦ୍ଦେଶରେ ସାଲୁର ମଣ୍ଡଳ(ବ୍ଲକ) ସ୍ଥିତ ଜିସିସି (ଗିରିଜନ କୋପରେଟିଭ କର୍ପ୍ରେସନ) ବିଭାଗର କେତେକ କର୍ମଚାରୀ କୋଟିଆ ପଞ୍ଚାୟତରେ ପଶିଥିଲେ। ସେମାନେ ହରମାଣ୍ଡେଙ୍ଗି, ସେମ୍ବୀ, ଫାଟୁସିନେରୁ, ଫଗୁଣସିନେରି ଆଦି ଗାଁ ଲୋକଙ୍କ ସହିତ କଥା ହୋଇଥିଲେ। ପରେ ଜଙ୍ଗଲଜାତ ଦ୍ରବ୍ୟ କିଣିବା ପାଇଁ ଗାଁ ଲୋକଙ୍କୁ ରେଟ୍‌ ଚାର୍ଟ ଦେଖାଇଥିଲେ।

ରେଟ୍‌ ଚାର୍ଟ ଅନୁସାରେ ମହୁ କିଲୋ ୨୦୦ ଟଙ୍କା, ମଞ୍ଜିଥିବା ତେନ୍ତୁଳି କିଲୋ ୩୨ ଟଙ୍କା, ମଞ୍ଜିନଥିବା ତେନ୍ତୁଳି କିଲୋ ୬୩ ଟଙ୍କା, ତେନ୍ତୁଳି ମଞ୍ଜି କିଲୋ ୧୦, ଝାଡୁ ୪୫ ଟଙ୍କା। ଏହିଭଳି ସମସ୍ତ ପ୍ରକାର ଜଙ୍ଗଲଯାତ ଦ୍ରବ୍ୟ ଗୁଡିକୁ ଆନ୍ଧ୍ରର ଜିସିସି ବିଭାଗ କିଣିବ। ତେଣୁ ଏସବୁ ଜଙ୍ଗଲଜାତ ଦ୍ରବ ସଂଗ୍ରହ କରିଦେବାକୁ ଗାଁ ଲୋକଙ୍କୁ ଲାଳସା ଦେଖାଇ ଫେରିଥିଲେ ଆନ୍ଧ୍ରର ଅଧିକାରୀମାନେ। ସନ୍ଧ୍ୟା ବେଳେ ଅଧିକାରୀ ଫେରି ଯାଇଥିଲେ। ଏମିତି ପ୍ରତିଦିନ ଆନ୍ଧ୍ରର ଅଧିକାରୀମାନେ କୋଟିଆରେ ପଶୁଛନ୍ତି ଓ ଲୋକଙ୍କୁ ଲୋଭନୀୟ ଅଫର ଦେଉଛନ୍ତି। କିନ୍ତୁ ଏ ସମ୍ପର୍କରେ କୋରାପୁଟ ଜିଲ୍ଲା ପ୍ରଶାସନ ପାଖରେ କୌଣସି ଖବର ନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe