Advertisment

ସିଡିପିଓଙ୍କୁ ତାଲା ପକାଇଦେଲେ ଅଙ୍ଗନବାଡ଼ି କର୍ମୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଆଗଲପୁର ସିଡିପିଓ ଜ୍ୟୋତିର୍ମୟୀ ସାହୁଙ୍କୁ ତାଙ୍କ ଅଫିସ ଭିତରେ ତାଲା ପକାଇ ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ। ଦୀର୍ଘ ୫ ଘଣ୍ଟା ପରେ ସିଡିପିଓଙ୍କୁ ଅଙ୍ଗନବାଡ଼ି କର୍ମୀମାନେ ଛାଡ଼ିଥିବା ଜଣାପଡ଼ିଛି। ଅଭିଯୋଗରୁ ପ୍ରକାଶ, ସିଡିପିଓ ଜ୍ୟୋତିର୍ମୟୀ ସାହୁ କେନ୍ଦ୍ର ପରିଦର୍ଶନ ସମୟରେ ଅନେକ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିନା କାରଣରେ ଦରମା ବନ୍ଦ କରିଦେଉଛନ୍ତି। ସିଡିପିଓଙ୍କ ଏପରି ଏକଛତ୍ରବାଦକୁ ବିରୋଧ କରି ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲାପାଲଙ୍କ ପାଖରେ ଅଭିଯୋଗ […]

ସିଡିପିଓଙ୍କୁ ତାଲା ପକାଇଦେଲେ ଅଙ୍ଗନବାଡ଼ି କର୍ମୀ

anganwadi-workers-locked-bolangir-sdmo

Advertisment

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଆଗଲପୁର ସିଡିପିଓ ଜ୍ୟୋତିର୍ମୟୀ ସାହୁଙ୍କୁ ତାଙ୍କ ଅଫିସ ଭିତରେ ତାଲା ପକାଇ ଦେଇଛନ୍ତି ଅଙ୍ଗନବାଡ଼ି କର୍ମୀ। ଦୀର୍ଘ ୫ ଘଣ୍ଟା ପରେ ସିଡିପିଓଙ୍କୁ ଅଙ୍ଗନବାଡ଼ି କର୍ମୀମାନେ ଛାଡ଼ିଥିବା ଜଣାପଡ଼ିଛି।

Advertisment

ଅଭିଯୋଗରୁ ପ୍ରକାଶ, ସିଡିପିଓ ଜ୍ୟୋତିର୍ମୟୀ ସାହୁ କେନ୍ଦ୍ର ପରିଦର୍ଶନ ସମୟରେ ଅନେକ ସମୟରେ ଅଙ୍ଗନବାଡ଼ି କର୍ମୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିନା କାରଣରେ ଦରମା ବନ୍ଦ କରିଦେଉଛନ୍ତି। ସିଡିପିଓଙ୍କ ଏପରି ଏକଛତ୍ରବାଦକୁ ବିରୋଧ କରି ଅଙ୍ଗନବାଡ଼ି କର୍ମୀମାନେ ଜିଲ୍ଲାପାଲଙ୍କ ପାଖରେ ଅଭିଯୋଗ କରିଥିଲେ।

ମାତ୍ର ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେଲେନାହିଁ। ଜିଲ୍ଲା ପ୍ରଶାସନଠାରୁ ନିରାଶ ହୋଇ ଆଜି ଅଙ୍ଗନବାଡ଼ି କର୍ମୀମାନେ ସିଡିପିଓଙ୍କୁ ତାଙ୍କ ଅଫିସରେ ତାଲା ପକାଇ ଧାରଣାରେ ବସିଥିଲେ। ଯଥାଶୀଘ୍ର ସିଡିପିଓଙ୍କୁ ବଦଳି କରିବାକୁ ଦାବି କରିଥିଲେ। ଦୀର୍ଘ ୫ ଘଣ୍ଟା ପରେ ବଲାଙ୍ଗିର ଉପଜିଲ୍ଲାପାଳ ସଞ୍ଜୟ ମିଶ୍ର ପହଞ୍ଚି ଆନ୍ଦୋଳନକାରୀ ଅଙ୍ଗନବାଡ଼ି କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ଘଟଣାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅଙ୍ଗନବାଡ଼ି କର୍ମୀମାନେ ଧାରଣାରୁ ଉଠିଥିଲେ।

Advertisment

ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସିଡିପିଓ ଜ୍ୟୋତିର୍ମୟୀ ସାହୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe