Advertisment

ରାଜଧାନୀରେ ଗର୍ଜିଲେ ଅଙ୍ଗନଓ୍ୱାଡ଼ି ଦିଦି, ରାଜ୍ୟ ସରକାରଙ୍କୁ ଦେଲେ ଚ୍ୟାଲେଞ୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ରବିବାର ଗର୍ଜିଥିଲେ ମାଷ୍ଟର। ଆଜି ରଣହୁଙ୍କାର ଦେଖାଇଛନ୍ତି ଅଙ୍ଗନୱାଡ଼ି ଦିଦି। ଆଉ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସିଧାସଳଖ ଚେତାବନୀ। ଅହରାତ୍ର ଧାରଣା ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ, ମୃତ୍ୟୁ ଘଟିଲେ ପରିବରର ଜଣଙ୍କୁ ଚାକିରି ସହ ୫ ଲକ୍ଷ କ୍ଷତିପୂରଣ। ଏମିତି […]

author-image
Manoranjan Sial
ରାଜଧାନୀରେ ଗର୍ଜିଲେ ଅଙ୍ଗନଓ୍ୱାଡ଼ି ଦିଦି, ରାଜ୍ୟ ସରକାରଙ୍କୁ ଦେଲେ ଚ୍ୟାଲେଞ୍ଜ

Anganwadi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀର ଛାତି ଉପରେ ରବିବାର ଗର୍ଜିଥିଲେ ମାଷ୍ଟର। ଆଜି ରଣହୁଙ୍କାର ଦେଖାଇଛନ୍ତି ଅଙ୍ଗନୱାଡ଼ି ଦିଦି। ଆଉ ରାଜ୍ୟ ସରକାରଙ୍କୁ ଦେଇଛନ୍ତି ସିଧାସଳଖ ଚେତାବନୀ। ଅହରାତ୍ର ଧାରଣା ଦେଇଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବୁ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି। ଯାହାକୁ ନେଇ ଅଡୁଆରେ ପଡ଼ିଛନ୍ତି ରାଜ୍ୟ ସରକାର।

Advertisment

ସରକାରୀ କର୍ମଚାରୀର ମାନ୍ୟତା, ମାସକୁ ୫ହଜାର ପେନସନ, ମୃତ୍ୟୁ ଘଟିଲେ ପରିବରର ଜଣଙ୍କୁ ଚାକିରି ସହ ୫ ଲକ୍ଷ କ୍ଷତିପୂରଣ। ଏମିତି ୮ଦଫା ଦାବିରେ ଆଜି ଲୋୟର ପିଏମ୍‌ଜିରେ ଗର୍ଜିଛନ୍ତି ହଜାର ହଜାର ଅଙ୍ଗନଓ୍ୱାଡ଼ି କର୍ମୀ। ଏଥିରେ ପାଖାପାଖି ୫୦ ହଜାରରୁ ଅଧିକ ଅଙ୍ଗନଓ୍ୱାଡ଼ି କର୍ମଚାରୀ ସାମିଲ ହୋଇଥିଲେ। ନିଜର ହକ ପାଇଁ ବିଧାନସଭା ଆଗରେ ଧାରଣା ଦେଇଛନ୍ତି। ଚାକିରିରୁ ବହିଷ୍କାର ପାଇଁ ଡର ନାହିଁ କହି ରାଜ୍ୟ ସରକାରଙ୍କୁ ମଧ୍ୟ ଦେଇଛନ୍ତି ଖୋଲା ଆହ୍ୱାନ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ବୋଲି ସଂଘ ଚେତାବନୀ ଦେଇଛି।

ଅଲ୍ ଓଡିଶା ଅଙ୍ଗନଓ୍ୱାଡ଼ି ଲେଡିଜ୍ ଓ୍ୱାର୍କସ ଆସୋସିଏସନ୍‌ ସଭାପତି ମୀତା ମହାପାତ୍ର କହିଛନ୍ତି, ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାର କର୍ମଚାରୀର ମାନ୍ୟତା ଦିଆଯାଉ। କର୍ମୀମାନଙ୍କୁ ୧୮ ହଜାର ଓ ସହାୟିକାମାନଙ୍କୁ ୯ ହଜାର ଟଙ୍କା ଦରମା ଦିଆଯାଉ ବୋଲି କହିଛନ୍ତି।

Advertisment

ଆନ୍ଦୋଳନକାରୀଙ୍କ ଅଭିଯୋଗ-ମମତା ଯୋଜନାରୁ ହରିଶ୍ଚନ୍ଦ୍ର ଭଳି ସରକାରଙ୍କ ଗଣ୍ଡା ଗଣ୍ଡା ଯୋଜନାକୁ ସଫଳ କରୁଛନ୍ତି ଅଙ୍ଗନଓ୍ୱାଡ଼ି କର୍ମୀ। ହେଲେ ସେମାନଙ୍କୁ ସରକାର ଅବହେଳା କରୁଛନ୍ତି। ନା ମିଳୁଛି ସଠିକ ପାରିଶ୍ରମିକ ନା ସରକାରୀ ସୁବିଧା। ବର୍ଷ ବର୍ଷ ଧରି କାମ କରିବା ପରେ ଅଙ୍ଗନଓ୍ୱାଡ଼ିକୁ ମିଳୁଛି ମାତ୍ର ୭, ୫୦୦ ଟଙ୍କା। ମିନି ଅଙ୍ଗନଓ୍ୱାଡ଼ି କର୍ମୀ ପାଉଛନ୍ତି ମାତ୍ର ୫, ୫୦୦ ଟଙ୍କା। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ କହିଛନ୍ତି, ଅଙ୍ଗନଓ୍ୱାଡ଼ି କର୍ମୀମାନେ ଉଭୟ କେନ୍ଦ୍ର ଓ ରାଜ୍ୟରୁ ଅନୁଦାନ ପାଉଛନ୍ତି। ବିଚାର ବିମର୍ଶ କରି ସେମାନଙ୍କ ଦାବି ଉପରେ ନିଷ୍ପତ୍ତି ନିଆଯିବ।