Advertisment

ମିଳୁଛି ୮ ଟଙ୍କା, ଅଣ୍ଡା ଗୋଟା ୮ ଟଙ୍କା; ପିଲାଙ୍କୁ କେମିତି ଖାଇବାକୁ ଦେବୁ?

କେନ୍ଦୁଝର (ପ୍ରଣୟ କୁମାର ପାଣି): “ଆମକୁ ମିଳୁଛି ୮ ଟଙ୍କା। ବର୍ତ୍ତମାନ ଅଣ୍ଡା ଗୋଟା ୮ ଟଙ୍କା। ତେବେ କାଠ, ଡ଼ାଲି, ପରିବା ଓ ଅନ୍ୟାନ୍ୟ ମସଲା କିଣିବା ପାଇଁ ପଇସା କେଉଁ ଆଣିବୁ। ଏକଥା ସରକାର ଜାଣିଛନ୍ତି ତ?” ଆଜି ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅଙ୍ଗନୱାଡ଼ି କର୍ମୀ। ଅଙ୍ଗନୱାଡ଼ି କର୍ମୀଙ୍କ କହିବା ଅନୁସାରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଥିବା ପ୍ରତ୍ୟେକ ଶିଶୁଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ପିଲା ପିଛା ମିଳୁଛି […]

ଅଦ୍ୟତନ ହୋଇଛି
ମିଳୁଛି ୮ ଟଙ୍କା, ଅଣ୍ଡା ଗୋଟା ୮ ଟଙ୍କା; ପିଲାଙ୍କୁ କେମିତି ଖାଇବାକୁ ଦେବୁ?

Anganwadi Workers

Advertisment

କେନ୍ଦୁଝର (ପ୍ରଣୟ କୁମାର ପାଣି): “ଆମକୁ ମିଳୁଛି ୮ ଟଙ୍କା। ବର୍ତ୍ତମାନ ଅଣ୍ଡା ଗୋଟା ୮ ଟଙ୍କା। ତେବେ କାଠ, ଡ଼ାଲି, ପରିବା ଓ ଅନ୍ୟାନ୍ୟ ମସଲା କିଣିବା ପାଇଁ ପଇସା କେଉଁ ଆଣିବୁ। ଏକଥା ସରକାର ଜାଣିଛନ୍ତି ତ?” ଆଜି ଏପରି ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅଙ୍ଗନୱାଡ଼ି କର୍ମୀ।

Advertisment

ଅଙ୍ଗନୱାଡ଼ି କର୍ମୀଙ୍କ କହିବା ଅନୁସାରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପଢ଼ୁଥିବା ପ୍ରତ୍ୟେକ ଶିଶୁଙ୍କୁ ରନ୍ଧା ଖାଦ୍ୟ ଯୋଗାଇଦେବା ପାଇଁ ପିଲା ପିଛା ମିଳୁଛି ୮ ଟଙ୍କା ମିଳୁଛି। ହେଲେ ଏବେ ଅଣ୍ଡା ଗୋଟିଏର ଦାମ ହେଉଛି ୮ ଟଙ୍କା। ସେହିପରି କାଠ, ତେଲ ଓ ଡାଲି କଥା ନ କହିବା ଭଲ। ମିଳୁଥିବା ଅର୍ଥ ଅନୁଯାଇ ଶିଶୁଙ୍କୁ ଖାଦ୍ୟ ଯୋଗାଇବା କଷ୍ଟକର। ଯଦି ଏଥିରେ କିଛି କାଟଛାଟ କରି ପିଲାଙ୍କୁ ଦିଆଯାଉଛି, ତାହାହେଲେ ସେହି ଦିଦିଙ୍କ ଉପରେ ନିଆଯାଉଛି କାର୍ଯ୍ୟାନୁଷ୍ଠାନ। ଆଜି ଏପରି ୫ ଦଫା ଦାବିନେଇ ଅଲ୍‌ ଓଡ଼ିଶା ଅଙ୍ଗନୱାଡି ଲେଡିଜ୍‌ ୱାର୍କର୍ସ ଆସୋସିଏସନ୍ କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଯଦି ସରକାର ଦାବି ପ୍ରତି ଧ୍ୟାନ ନ ଦିଅନ୍ତି, ତାହାହେଲେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛନ୍ତି ଅଙ୍ଗନୱାଡି କର୍ମୀ।

ଅଙ୍ଗନୱାଡି କର୍ମୀଙ୍କ ଅଭିଯୋଗରୁ ପ୍ରକାଶ, ଏଲ୍‌ପିଜିରେ ଗ୍ୟାସ୍‌ରେ ରାନ୍ଧିବା ପାଇଁ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯୋଗାଇ ଦିଆଯାଉଛି ୫୦୦ ଟଙ୍କା। ପ୍ରକୃତରେ ବଜାରରେ ଗ୍ୟାସ୍‌ ୯୨୦ ଟଙ୍କା ନେଉଛନ୍ତି। ଠିକ୍‌ ସେହିପରି ସରକାରୀ ହିସାବରେ ଅଣ୍ଡା ଦର ୫ ଟଙ୍କା ଥିବା ବେଳେ ବଜାରରୁ ୮ ଟଙ୍କା ଦେଇ କିଣିବାକୁ ପଡ଼ୁଛି। ତେଣୁ ବାଂଶପାଳ ବ୍ଲକ କଡ଼ଦିହର ଅଙ୍ଗନୱାଡ଼ି କର୍ମୀ ଶ୍ରୀମତୀ ଶାନ୍ତିଲତା ଦେହୁରୀ ଯାଞ୍ଚ କମିଟି ଓ ମାତୃ କମିଟିର ଅନୁମୋଦନ କ୍ରମେ ବଜାର ଦର ଅନୁଯାୟୀ ୧୨ଟି ଅଣ୍ଡା ପରିବର୍ତ୍ତେ ୧୦ଟି ଅଣ୍ଡା ଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ତାଙ୍କୁ ତୁରନ୍ତ ନିଯୁକ୍ତି ଦିଆଯାଉ। ପ୍ରାକ୍‌ ବିଦ୍ୟାଳୟ ଶିଶୁଙ୍କ ପାଇଁ ଦିଆଯାଉଥିବା ଗରମରନ୍ଧା ଖାଦ୍ୟର ମୂଲ୍ୟବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁପାରିଶ କରାଯାଉ। ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସୁଥିବା ବିଭିନ୍ନ ସାମଗ୍ରୀ ବାବଦକୁ ଅର୍ଥ ଅଙ୍ଗନୱାଡ଼ି ଓ ୱାର୍ଡମେମ୍ବରଙ୍କ ଯୁଗ୍ମ ପାସ୍‌ବୁକ୍‌ରେ ରଖାଯାଉ। ଚଳିତ ବର୍ଷ ମିନିଅଙ୍ଗନୱାଡ଼ି କେନ୍ଦ୍ରକୁ ମୁଖ୍ୟ ଅଙ୍ଗନୱାଡ଼ି କରିବା ପାଇଁ ସୁପାରିସ କରାଯାଉ। ଏମିତି ଦାବି ନେଇ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଅଙ୍ଗନୱାଡ଼ି କର୍ମୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

Advertisment
Govt. Failures Govt. Scheme Mismanagement
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe