Advertisment

ନବୀନଙ୍କ ସହ ଅଙ୍ଗନବାଡ଼ି ପ୍ରତିନିଧିଙ୍କ ଆଲୋଚନା ବେଳେ ସୁବାସଙ୍କ ଏ କି ଆଚରଣ ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ବିଭିନ୍ନ ଦାବିନେଇ ଅଙ୍ଗନବାଡ଼ିକର୍ମୀଙ୍କ ଆନ୍ଦୋଳନ ଦୀର୍ଘଦିନ ଧରି ଜାରି ରହିଥିବା ବେଳେ ଆଜି ପ୍ରତ୍ୟାହାର ହୋଇଛି। ଅ ଭାରତ ମଜଦୁର ସଂଘଅ ନେତୃତ୍ୱରେ ନିଖିଳ ଓଡ଼ିଶା ଅଙ୍ଗନବାଡି ସଂଘ ଆନ୍ଦୋଳନ ଚଳାଇଥିବା ବେଳେ ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ନେତୃତ୍ୱାଧୀନ ଅଲ୍ ଓଡ଼ିଶା ଅଙ୍ଗନବାଡି ପରିଚାରିକା ସହାୟକ ସାମ୍ମୁଖ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଘୋଷଣା କରିଛି । ସେପଟେ CITU, AITUC ଓ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀଙ୍କୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା ଗତକାଲିଠୁ ପୃଥକ ଭାବେ ଆନ୍ଦୋଳନ ଚଳାଇଛି । ଅଙ୍ଗନବାଡି ଆନ୍ଦୋଳନକୁ ନେଇ ବିଜେଡି- ବିଜେପି ବାକ୍ ଯୁଦ୍ଧ ବି ଜୋର ଧରିଛି।

ଗୋଟିଏପଟେ ଦାବି ପୂରଣ ନେଇ ୩୬ ଦିନ ହେଲା ଆନ୍ଦୋଳନରେ ବସିଥିବା ନିଖିଳ ଓଡ଼ିଶା ଅଙ୍ଗନବାଡି ସଂଘର ଜୋରଦାର ଗର୍ଜନ।  ଆଉ ଏପଟେ ବିଜେଡି ନେତାଙ୍କ ନେତୃତ୍ୱରେ ସଚିବାଳୟରେ ପହଞ୍ଚିଥିଲେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହ ଶହ ଅଙ୍ଗନବାଡି କର୍ମୀ।  ଅନ୍ୟପଟେ ପୃଥକ ଭାବେ ଆନ୍ଦୋଳରେ ବସିଛି ସିଟୁ।  ଏଆଇଟିୟୁସି ଓ ପଶ୍ଚିମଓଡ଼ିଶା ଅଙ୍ଗନବାଡି ସଂଘକୁ ନେଇ ଗଠିତ ସଂଯୁକ୍ତ ମୋର୍ଚ୍ଚା  ଅଙ୍ଗନବାଡି ଆନ୍ଦୋଳନରେ ଟୁଇଷ୍ଟ ଆସିଥିବା ଏଥିରୁ ସ୍ପଷ୍ଟ ହେଉଛି।

ମାସିକ ୧୮ହଜାର ଟଙ୍କା ଦରମା, ସ୍ଥାୟୀ ନିଯୁକ୍ତି ଭଳି ୧୭ ଦଫା ଦାବିରେ ଅଙ୍ଗନବାଡି କର୍ମୀଙ୍କ ଆନ୍ଦୋଳନ ଆଜି ୩୬ ଦିନରେ ପହଞ୍ଚିଥିବା ବେଳେ ବିଜେଡି ନେତା ସୁବାସ ସିଂହଙ୍କ ନେତୃତ୍ୱରେ ବିଜୁ ଶ୍ରମିକ ସାମ୍ମୁଖ୍ୟର କର୍ମୀମାନେ ଶୋଭାଯାତ୍ରାରେ ସଚିବାଳୟ ଯାଇ ନବୀନଙ୍କୁ ଭେଟିଥିଲେ । ସଂଯୁକ୍ତ ମୋର୍ଚ୍ଚାର ୮ ଜଣ ପ୍ରତିନିଧିଙ୍କୁ ମଧ୍ୟ ଆଲୋଚନାକୁ ଡକାଯାଇଥିଲା।  ଆଉ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ଘୋଷଣା କରିଥିଲା ବିଜୁ ଶ୍ରମିକ ସାମ୍ମୁଖ୍ୟ।

ତେବେ ଆଜି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଏକ କୌତୂହଳପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆନ୍ଦୋଳନରତ ଅଙ୍ଗନବାଡି କର୍ମୀଙ୍କ  ପ୍ରତିନିଧି ଆସି ନବୀନଙ୍କୁ ଭେଟୁଥିଲେ। ଏହି ପ୍ରତିନିଧିମାନେ ବିଜେଡି ନେତା ସୁବାସ ସିଂହଙ୍କ ନେତୃତ୍ୱରେ ଆସିଥିଲେ। ତେବେ ଜଣକ ପରେ ଜଣେ ମହିଳା ନିଜର ଦୁଃଖ ଜଣାଉଥିବା ବେଳେ ସବୁଠୁ ଚର୍ଚ୍ଚିତ ଘଟଣା ଥିଲା ସୁବାସ ସିଂହଙ୍କ ଆଚରଣ। କାରଣ ଅଙ୍ଗନବାଡି କର୍ମୀଙ୍କ ପ୍ରତିନିଧିମାନେ ସେମାନଙ୍କ  ଅଭିଯୋଗ ଜଣାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଶୁଣୁଥିଲେ। ଅବଶ୍ୟ  ସେ କେତେ ଓଡ଼ିଆ ବୁଝୁଥିବେ କେବଳ ତାଙ୍କୁ ହିଁ ଜଣା। କିନ୍ତୁ ଏହି ପ୍ରତିନିଧିମାନଙ୍କୁ ହାତଠାରି ଅଟକାଉ ଥିଲେ ସୁବାସ । କହିବାରେ ବାଧା ବି ସୃଷ୍ଟି କରୁଥିଲେ। ଯେମିତି ଏହି ମହିଳା ପ୍ରତିନିଧିମାନେ ଅଧିକ ସମୟ ନ କୁହନ୍ତୁ ସେଥିଲାଗି ସତର୍କତାର ସହ ଜଗୁଥିଲେ ସୁବାସ।

[vc_video link="" align="center"]

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe