Advertisment

ଆନ୍ଦୋଳନରତ ଅଙ୍ଗନବାଡ଼ି ଦିଦିଙ୍କୁ ସରକାରଙ୍କ ଚେତାବନୀ: ୩ ଦିନ ଭିତରେ କାର୍ଯ୍ୟରେ ଯୋଗ ଦିଅ ନଚେତ…

ଭୁବନେଶ୍ୱର: ଆନ୍ଦୋଳନରତ ଅଙ୍ଗନବାଡ଼ି କର୍ମୀଙ୍କୁ ସରକାରଙ୍କ ଚେତାବନୀ।  ଆସନ୍ତାକାଲି ସଂଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ।  ସର୍ବାଧିକ ୩ ଦିନ ଭିତରେ ଯୋଗ ନଦେଲେ ସେମାନେ ଆଉ ଚାକିରିରେ ରହିବାକୁ ଇଚ୍ଛୁକ ନୁହନ୍ତି ବୋଲି ଧରିନିଆଯିବ। ତା’ପରେ ଆବଶ୍ୟକ ପଦକ୍ଷେପ ନେବେ ରାଜ୍ୟ ସରକାର।   ଯଦି ଦରକାର ପଡେ ସେମାନଙ୍କୁ କାର୍ଯ୍ୟରୁ ନିବୃତ  କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।  ସେପଟେ ଅଲ୍ ଓଡ଼ିଶା ଅଙ୍ଗନବାଡି ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସେନ୍ ନିଜ ଦାବି ନେଇ  ଜିଦ୍‌ରେ ଅଟଳ ଥିବାବେଳେ ଏବେ ବି ଅନେକ ଅଙ୍ଗନବାଡି କେନ୍ଦ୍ରରେ ତାଲା ପଡିଛି। ଦୀପାବଳି ସତ୍ୱେ ଧାରଣାରେ ବସିଛନ୍ତି  ଅଲ ଓଡିଶା ଅଙ୍ଗନବାଡି  ଲେଡିଜ୍ ଓ୍ୱାର୍କର୍ସ ଆସୋସିଏସେନ୍ ।  ଅଙ୍ଗନବାଡ଼ି କର୍ମୀଙ୍କ ଦରମା ବୃଦ୍ଧି ପରେ ମଧ୍ୟ ଧାରଣା ଜାରି ରଖିଥିବାରୁ   ରାଜ୍ୟ ସରକାରଙ୍କ ଚେତାବନୀ ଦିଆଯାଇଛି। ଅଙ୍ଗନବାଡ଼ି କର୍ମୀଙ୍କୁ କାର୍ଯ୍ୟକୁ ଫେରିଯିବାକୁ ଦିଆଯାଇଛି ଟାଇମ୍‌ଲାଇନ୍।  ଆସନ୍ତାକାଲିଅ ସନ୍ଧ୍ୟା  ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି ।

ସର୍ବାଧିକ ୩ ଦିନ ସମୟ ଦିଆଯାଇଛି । ତା’ ପରେ ବି କାର୍ଯ୍ୟରେ ଯୋଗ ନଦେଲେ ବିକଳ୍ପ ବ୍ୟବସ୍ଥା କରିବେ ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ନିକଟରେ ଥିବା ଅଙ୍ଗନବାଡ଼ି ସେଣ୍ଟରର ସହଯୋଗ ନିଆଯିବଅ। ସ୍ୱଂୟ ସହାୟକ ମହିଳାମାନଙ୍କୁ ଦାୟିତ୍ୱ ଦିଆଯିବ।   ଯେଉଁମାନେ ଯୋଗ ନ ଦେବେ ସେମାନେ ଚାକିରିରେ ରହିବାକୁ ଇଚ୍ଛୁକ ନୁହନ୍ତି ବୋଲି ଧରି ନିଆଯିବ। ଯଦି ଦରକାର ପଡେ ସେମାନଙ୍କୁ କାର୍ଯ୍ୟରୁ ନିବୃତ୍ତ କରାଯିବ ବୋଲି ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କହିଛନ୍ତି। ସେପଟେ ରାଜ୍ୟ ସରକାରଙ୍କ ଧମକକୁ ସଂଘ ଡରିବ ନାହିଁ  । ଦାବି ପୂରଣ ନେଇ ଆନ୍ଦୋଳନ ଜାରି ରହିବ  ବୋଲି  ସଂଘ କହିଛି।

ଅଙ୍ଗନବାଡି କର୍ମୀଙ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ରାଜନୀତି ଜୋର ହେଉଛି।   ତେବେ ଏ ଟଣାଓଟରା ଭିତରେ କେବେ ସ୍ୱଭାବିକ ଭାବେ ଚାଲିବ ଅଙ୍ଗନବାଡି କେନ୍ଦ୍ର ତା’ ଉପରେ ନଜର ରହିଛି।

author-image
Ordigital Desk