Advertisment

ଗ୍ରାମସେବକଙ୍କୁ ତାଲା ପକାଇଲେ ମହିଳା

ଉଦଳା (ମାନସ ପାଣି): ଆଗକୁ ମକର। ସେଥିପାଇଁ ସଅଳ ସଅଳ କାମ ସାରି ରାସନ୍‌ ଓ ଭତ୍ତା ଆଣିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ପୂର୍ବାହ୍ନ ୧୧ ସୁଦ୍ଧା ରାସନ୍‌ ଓ ଭତ୍ତା ନମିଳିବାରୁ ହିତାଧିକାରୀମାନେ ଗ୍ରାମସେବକଙ୍କୁ ପଚାରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତ୍ୟକ୍ତ ହୋଇ ବୃଦ୍ଧ ଓ ବୃଦ୍ଧା ହିତାଧିକାରୀମାନେ ଗ୍ରାମସେବକଙ୍କୁ ଅଫିସ୍‌ରେ ତାଲା ପକାଇ ଦେଇଥିଲେ। କପ୍ତିପଦା ବ୍ଲକ ବଡ଼ଖରାଡି ପଞ୍ଚାୟତରେ ଆଜି ରାସନ୍‌ ଓ ଭତ୍ତା ପାଳି […]

author-image
Manoranjan Sial
ଗ୍ରାମସେବକଙ୍କୁ ତାଲା ପକାଇଲେ ମହିଳା

angry-villagers-lock-up-gram-sevak-for-misbehaving-with-beneficiaries

ଉଦଳା (ମାନସ ପାଣି): ଆଗକୁ ମକର। ସେଥିପାଇଁ ସଅଳ ସଅଳ କାମ ସାରି ରାସନ୍‌ ଓ ଭତ୍ତା ଆଣିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ପୂର୍ବାହ୍ନ ୧୧ ସୁଦ୍ଧା ରାସନ୍‌ ଓ ଭତ୍ତା ନମିଳିବାରୁ ହିତାଧିକାରୀମାନେ ଗ୍ରାମସେବକଙ୍କୁ ପଚାରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିରେ ଉତ୍ତ୍ୟକ୍ତ ହୋଇ ବୃଦ୍ଧ ଓ ବୃଦ୍ଧା ହିତାଧିକାରୀମାନେ ଗ୍ରାମସେବକଙ୍କୁ ଅଫିସ୍‌ରେ ତାଲା ପକାଇ ଦେଇଥିଲେ।

Advertisment

କପ୍ତିପଦା ବ୍ଲକ ବଡ଼ଖରାଡି ପଞ୍ଚାୟତରେ ଆଜି ରାସନ୍‌ ଓ ଭତ୍ତା ପାଳି ଥିଲା। ହିତାଧିକାରୀମାନେ ସକାଳୁ ଆସି ପଞ୍ଚାୟତ ଅଫିସ ଆଗରେ ବସିଥିଲେ। ହେଲେ ପୂର୍ବାହ୍ନ ୧୧ ସୁଦ୍ଧା ରାସନ୍‌ ଓ ଭତ୍ତା ବଣ୍ଟନ କରାଯାଇନଥିଲା। ଏ ସମ୍ପର୍କରେ ହିତାଧିକାରୀମାନେ ଗ୍ରାମସେବକ ବିଦ୍ୟୁତ ମହାପାତ୍ରଙ୍କୁ ପଚାରିଥିଲେ। ଏଥିରେ ସେ ରାଗି ଯାଇ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ସେ ଅଶ୍ଲୀଳ ଭାଷାରେ ଗାଳିଦେଇଥିବା ଅଭିଯୋଗ ହୋଇଛି।

ଏହାକୁ ନେଇ ପଞ୍ଚାୟତ ଅଫିସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଗ୍ରାମସେବକଙ୍କୁ କାବୁ କରି ପଞ୍ଚାୟତ ଅଫିସରେ ଭର୍ତ୍ତିକରି ତାଲା ପକାଇ ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ କପ୍ତିପଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମସେବକ ବିଦ୍ୟୁତ ମହାପାତ୍ରଙ୍କୁ ଉଦ୍ଧାର କରିଥିଲେ।

Advertisment